www.samajalive.in
Saturday, December 6, 2025
23.1 C
Bhubaneswar

ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ: ମଙ୍ଗଳବାର ରାଶିଫଳ

ମେଷ: କୁଳ ଉଜ୍ଜ୍ବଳକାରୀ ହେବେ। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭପ୍ରଦ ହେବ। ପରସ୍ପର ସ୍ନେହ ରହିଲେ ଘର ବୈକୁଣ୍ଠ ସମାନ ହେବ।
ବୃଷ: ଭାଗ୍ୟଶାଳୀ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରବଳ ଉଦ୍ୟୋଗୀ ହେବେ। ସୁସ୍ଥ ଓ ନିରାମୟ ରହିବେ।
ମିଥୁନ: ଈର୍ଷା ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଜଳଯାତ୍ରାରେ ବିପଦ ରହିଛି। ସତର୍କରେ ଚଳିବେ।
କର୍କଟ:ସମାଜସେବୀଭାବେ ଉଚ୍ଚ ସମ୍ନାନର ଅଧିକାରୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ସ୍ବସୁକର୍ମ ପାଇଁ ମନରେ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେବାକୁ ପଡ଼ିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ସିଂହ: ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। କଥା ଶୈଳୀରେ ଶତ୍ରୁକୁ ବଶ କରିପାରନ୍ତି। ଚାକିରି କ୍ଷେତ୍ରରେ ଜନସାଧାରଣଙ୍କ ସେବକ ମନୋଭାବର ହେବେ। ସତ୍‌ପରାୟଣ ହେବେ। କର୍ମଚଞ୍ଚଳ ରହିବେ।
କନ୍ୟା: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନଙ୍କ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ ଓ ତେଜସ୍ବୀ ହେବେ।
ତୁଳା: ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରା ନ କରିବା ଭଲ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
ବିଛା: ଈଶ୍ବର ବିଶ୍ବାସୀ ହେବେ। ପରିବାର ଲୋକେ ଶ୍ରୀମନ୍ଦିରରେ ପଟି ଦିଅଁ ଦର୍ଶନ କରି ସନ୍ତୁଷ୍ଟ ହେଉଥିବାବେଳେ ନିଜେ ବ୍ରହ୍ମଗିରି ଯାଇ ଅଲାରନାଥଙ୍କ ଦର୍ଶନାଭିଳାଷୀ ହେବେ। ପ୍ରେମୀ ଓ ସାହସୀ ହେବେ।
ଧନୁ: ସୌଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ସୁଖ ମିଳିବ। ବନ୍ଧୁ ସହାୟତା ପ୍ରାପ୍ତ ହେବ।
ମକର: ମାଲି ମୋକଦ୍ଦମାରେ ବିଜୟୀ ହେବେ। ଧନଳାଭ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପାରିବାରିକ ସ୍ନେହ ଅତୁଟ ରହିବ।
କୁମ୍ଭ:କର୍ମଚଞ୍ଚଳ ରହିବେ। ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ମଧୁର ଭାଷୀ ହେବେ। ଶତ୍ରୁମାନଙ୍କ କାର୍ଯ୍ୟକଳାପ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଗୁପ୍ତ ବିଦ୍ୟାରେ ରୁଚି ରହିବ।
ମୀନ: ଆୟୁଷ୍ମାନ୍‌ ହେବେ। ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଯଶସ୍ବୀ ହେବେ। କର୍ମଚଞ୍ଚଳ ରହିବେ। ରାଜଦ୍ବାରେ ସମ୍ମାନିତ ହେବେ। ଅର୍ଥାଗମ ହେବ। ପରୋପକାରୀ ହେବେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories