www.samajalive.in
Saturday, December 13, 2025
26.1 C
Bhubaneswar

ଗୌତମ ନାଭଲାଖା ଗୃହବନ୍ଦୀରୁ ମୁକ୍ତ

ନୂଆଦିଲ୍ଲୀ : ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଭୀମା କୋରେଗାଓଁ ମାମଲାରେ ଗୃହବନ୍ଦୀ ଥିବା ସାମାଜିକ କର୍ମୀ ଗୌତମ ନାଭଲାଖାଙ୍କୁ ମୁକ୍ତ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ନାଭଲାଖାଙ୍କ ଗୃହବନ୍ଦୀ ଅବଧି ୨୪ଘଣ୍ଟାରୁ ଅଧିକ ହୋଇଥିବାରୁ ଏହା ଆଉ ଗ୍ରହଣୀୟ ନୁହେଁ ବୋଲି କୋର୍ଟ ଦର୍ଶାଇବା ସହ ଗତ ସପ୍ତାହରେ ସର୍ବୋଚ୍ଚ ନ୍ୟାୟାଳୟ ସେମାନଙ୍କୁ ୪ସପ୍ତାହ ମଧ୍ୟରେ ଉପଯୁକ୍ତ କ୍ଷେତ୍ରରେ ଦଣ୍ଡରୁ ରିଆତି ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଥିବାରୁ ସେହି ଆଧାରରେ ତାଙ୍କୁ ମୁକ୍ତ କରାଯାଉଥିବା କହିଛନ୍ତିି ବିଚାରପତି ଏସ୍‍. ମୁରଲୀଧର ଓ ବିନୋଦ ଗୋଏଲଙ୍କ ପୀଠ। ଏଥିସହିତ ହାଇକୋର୍ଟ ଅଗଷ୍ଟ ୨୮ରେ ତାଙ୍କୁ ଗିରଫ କରାଯିବା ପରେ ଦିଲ୍ଲୀ ମେଟ୍ରୋପଲିଟାନ୍‍ ମାଜିଷ୍ଟ୍ରେଟ୍‍ଙ୍କ ମଧ୍ୟବର୍ତ୍ତୀକାଳୀନ ଜିମା ଆଦେଶକୁ ମଧ୍ୟ ଖାରଜ କରିଦେଇଛନ୍ତି।
ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ପୁଣେ ପୁଲିସ ପ୍ରତି ବଡ଼ ଧକ୍କା ହୋଇଛି। ଭୀମା କୋରେଗାଓଁ ହିଂସା ମାମଲାରେ ଅନ୍ୟ ୪ଜଣ ସାମାଜିକ କର୍ମୀ ବରବରା ରାଓ, ଅରୁଣ ଫେରେରା, ସୁଧା ଭରଦ୍ୱାଜ ଓ ବର୍ଣ୍ଣନ୍‍ ଗନ୍‍ସାଲଭେସ୍‍ଙ୍କ ସହିତ ଗୌତମଙ୍କୁ ପୁଣେ ପୁଲିସ ଗିରଫ କରିଥିଲାବେଳେ ଅଗଷ୍ଟ ୨୯ରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ସେମାନଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ଗତ ସପ୍ତାହରେ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ୫ଜଣଙ୍କ ଗୃହବନ୍ଦୀ ଅବଧି ୪ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପଛରେ କୌଣସି ରାଜନୀତି ନାହିଁ ବୋଲି କହିଥିଲେ। ଗୃହବନ୍ଦୀରୁ ମୁକ୍ତ ସଂକ୍ରାନ୍ତ ରାୟ ପ୍ରକାଶ ପରେ ନାଭଲାଖା କହିଛନ୍ତି ଯେ ‘ମୋ ଆନନ୍ଦର ଶେଷ ନାହିଁ। ଗୃହବନ୍ଦୀ ସମୟର ମୁଁ ସଦୁପଯୋଗ କରିଛି; ତେଣୁ କାହାରି ଉପରେ ମୋର ରାଗ ନାହିଁ।’

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories