ଭାରତ ଗସ୍ତରେ ରୁଷ୍ ରାଷ୍ଟ୍ରପତି
ନୂଆଦିଲ୍ଲୀ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପୁତିନଙ୍କୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସ୍ୱାଗତ କରିଥିଲେ। ପୁତିନଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ନୂଆଦିଲ୍ଲୀରେ ପହଞ୍ଚିବା ପରେ ପୁତିନ ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ। ଶୁକ୍ରବାର ମୋଦୀ ଓ ପୁତିନଙ୍କ ମଧ୍ୟରେ ୧୯ତମ ସମିତିସ୍ତରୀୟ କଥାବାର୍ତ୍ତା ହେବ। ଏହି କଥାବାର୍ତ୍ତା କାଳରେ ଭାରତକୁ ଏସ୍-୪୦୦ କ୍ଷେପଣାସ୍ତ୍ର ଯୋଗାଇବା ସମ୍ପର୍କରେ ବୁଝାମଣା ସ୍ୱାକ୍ଷର ହେବାର ସମ୍ଭାବନା ରହିଛି। ୫୦୦କୋଟି ଡଲାର ମୂଲ୍ୟର ଏହି ବୁଝାମଣାକୁ ନେଇ ଉତ୍ସୁକତା ଦେଖାଦେଇଛି। ଏସ୍-୪୦୦ କ୍ଷେପଣାସ୍ତ୍ର ସହିତ କିରଭାକ ଓ ତଲୱାର ଭଳି ଯୁଦ୍ଧ ଜାହାଜ ଭାରତକୁ ଯୋଗାଇବା ନେଇ ରୁଷ ସହିତ ବୁଝାମଣା ହେବାର ଅଛି। ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହିତ ଆଣବିକ ଶକ୍ତି, ମହାକାଶ ଓ ଅର୍ଥନୀତି କ୍ଷେତ୍ରରେ ପ୍ରାୟ ୨୦ଟି ବୁଝାମଣା ସ୍ୱାକ୍ଷର ହେବାର ଅଛି।