www.samajalive.in
Monday, December 8, 2025
27.1 C
Bhubaneswar

ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ପିପିଲି : ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରଥମେ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ପିପିଲି ସରକାରୀ ଡାକ୍ତରଖାନା ପରିସରରେ ସାମୁହିକ ସଫେଇ କାର୍ଯ୍ୟ କରାଯାଇଥିଲା। ପରେ ପୂର୍ବାହ୍ନ ୧୦ଟାରେ ପିପିଲି ପୌରାଞ୍ଚଳରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର କରାଯାଇଥିଲା। ଶେଷରେ ପିପିଲି କୋର୍ଟଛକ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଏହି ଅବସରରେ ଅନୁଷ୍ଠିତ ସଭାରେ ସଂଗଠନର ମୁଖ୍ୟ ଶିକ୍ଷାବିତ ପ୍ରଭାତ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ। ଏଥିରେ ଅତିଥି ଭାବେ ପିପିଲି ଏସ୍‍ଡିପିଓ ଦିଲିପ କୁମାର ତ୍ରିପାଠୀ, ନେହେରୁ ଯୁବ କେନ୍ଦ୍ର-ପୁରୀର ସଂଯୋଜକ ଜୟଶଙ୍କର ଯୋଶୀ, ସମାଜସେବୀ ପ୍ରଫୁଲ୍ଲ ପଣ୍ଡା, ଶିକ୍ଷାବିତ୍‍ ରାମଚନ୍ଦ୍ର ଦାଶ, ପିପିଲି ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂଗଠନର ସଂପାଦକ ବିଭୁନିଚନ୍ଦ୍ର ସାମନ୍ତରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସତିଶ ପାଣିଗ୍ରାହୀ, ପଦ୍ମନାଭ ପ୍ରଧାନ, ମନୋଜ ପ୍ରଧାନ, ସୁଜିତ ବାରିକ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories