www.samajalive.in
Monday, December 15, 2025
24.1 C
Bhubaneswar

କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା

ସମାଜଲାଇଭ ଡେସ୍କ: ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର ଶେଷରେ କ୍ଷମା ମାଗିଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ସେ ଭୁଲ ସ୍ବୀକାର କରିଛନ୍ତି। ଏହା ସହିତ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଉକ୍ତ ବିବାଦୀୟ ପଡକାଷ୍ଟ ଭିଡିଓକୁ ହଟାଇଛନ୍ତି। ଶୁଭଙ୍କର ଶ୍ରୀମନ୍ଦିର ସମ୍ପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବିଭିନ୍ନ ମହଲରେ ଦାବି ହେବା ପରେ ସେ ଭୁଲ ମାଗିଛନ୍ତି।

ସୂଚନାଯୋଗ୍ୟ, ଶୁଭଙ୍କର ଏକ ପଡକାଷ୍ଟରେ କହିଥିଲେ ଯେ, ପ୍ରେମୀ ଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିରକୁ ଗଲେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ। କୌଣସି ପ୍ରେମୀ ଯୁଗଳ ଭୁଲରେ ବି ଶ୍ରୀମନ୍ଦିରକୁ ଯିବା ଉଚିତ ନୁହେଁ। ସମ୍ପର୍କକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ମନ୍ଦିର ଭିତରକୁ ଯିବ ନାହିଁ। କାରଣ ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ଦିନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜଗନ୍ନାଥ ରୂପ ଦର୍ଶନ ପାଇଁ ମା’ ରାଧାରାଣୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେ ମନ୍ଦିର ଭିତରକୁ ଯିବା ସମୟରେ ସେବାୟତମାନେ ତାଙ୍କୁ ଅଟକାଇଥିଲେ। ଯାହାକୁ ନେଇ ମା’ ରାଧାରାଣୀ ରାଗିଯାଇ ଅଭିଶାପ ଦେଇଥିଲେ। କୌଣସି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଆସିଲେ ସେମାନଙ୍କ ସମ୍ପର୍କ ଭାଙ୍ଗିଯିବା ସହ ବିବାହ ହୋଇପାରିବ ନାହିଁ ବୋଲି ମା’ ଅଭିଶାପ ଦେଇ ସେଠାରୁ ଚାଲିଯାଇଥିଲେ। ଶୁଭଙ୍କରଙ୍କ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ରାଜ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବିଶେଷକରି ପୁରୀରେ ଅସନ୍ତୋଷ ଦେଖାଦେଇଛି। ଶୁଭଙ୍କର କିପରି ଏଭଳି ବିଭ୍ରାନ୍ତିକର ଟିପ୍ପଣୀ ଦେଇପାରିଲେ ତାହାକୁ ନେଇ ପୁରୀବାସୀ ପ୍ରଶ୍ନ ଉଠାଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories