ଭୁବନେଶ୍ୱର – ଆସନ୍ତାକାଲି ବୁଧବାରରେ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କରାଯିବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଷୟପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯିବ। ଚଳିତ ଥର ମୋଟ ୧୩୪୯ସେଣ୍ଟରରେ ଯୁକ୍ତ ଦୁଇ ପରୀକ୍ଷା ହେବ ।
ଆସନ୍ତା ଫେବ୍ରୁଆରୀ ୧୫ରୁ ୨୫ଭିତରେ ହେବ ଯୁକ୍ତ ଦୁଇ ପରୀକ୍ଷା ହୋଇପାରେ । ୧୫ରୁ ୨୫ଭିତରେ ଯେକୌଣସି ତାରିଖରେ ପରୀକ୍ଷା ଆରମ୍ଭ ହେବ ବୋଲି ଉଚ୍ଚମାଧ୍ୟମକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା ଅକ୍ଟୋବର ମାସରେ ସୂଚନା ଦେଇଥିଲେ ।
ଡିସେମ୍ବର ୧୫ତାରିଖ ସୁଦ୍ଧା ପିଲମାନଙ୍କୁ ଆଡମିଟ୍ କାର୍ଡ ମିଳିବ । ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ଯାଏଁ ହେବ । ଜାନୁଆରୀ ୨ରୁ ୧୫ଯାଏଁ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ନଭେମ୍ବର ୨୯ସୁଦ୍ଧା ପରୀକ୍ଷା ସେଣ୍ଟରରେ ସିସିଟିଭି କ୍ୟାମେରା ଲାଗିବ ।
ଏଥିପାଇଁ ଫର୍ମ ପୂରଣ ସରିଛି । ବିନା ଜରିମାନାରେ ଫର୍ମପୂରଣ ଅବଧି ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବିନା ଜରିମାନାରେ ଉଭୟ କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ପାଇଁ ପଞ୍ଜିକରଣ ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଓ ଫି ଆଦାୟର ଶେଷ ତାରିଖ ନଭେମ୍ବର ୧୧ ମଧ୍ୟରେ ଫର୍ମ ପୂରଣ କରିଥିଲେ । ସେହିପରି ନଭେମ୍ବର ୧୩ରୁ ୧୮ ତାରିଖ ମଧ୍ୟରେ ପଞ୍ଜିକରଣ ଓ ଫର୍ମପୂରଣ କଲେ ଛାତ୍ରଛାତ୍ରୀଙ୍କୁ ୨୦୦ଟଙ୍କା ଜରିମାନା ଏବଂ ନଭେମ୍ବର ୧୯ରୁ ୨୧ ମଧ୍ୟରେ ପଞ୍ଜିକରଣ ଓ ଫର୍ମପୂରଣ କଲେ ଛାତ୍ରଛାତ୍ରୀଙ୍କୁ ୬୦୦ଟଙ୍କା ଜରିମାନା ଦେବାକୁ ପଡ଼ିଥିଲା ।



