www.samajalive.in
Monday, December 15, 2025
14.1 C
Bhubaneswar

ନାବାଳିକା ବଳାତ୍କାର ମାମଲାରେ  ସମ୍ପର୍କୀୟ ନାବାଳକ ଭାଇକୁ ଗିରଫ କରି କୋର୍ଟ ଚାଲାଣ କଲା ଫିରିଙ୍ଗିଆ ପୋଲିସ 

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ହୋଇଥିବା ଏକ ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତ ନାବାଳକକୁ ଗିରଫ କରି ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ବେଳେ ଅଭିଯୁକ୍ତ ଜଣକ ନାବାଳକ ହୋଇଥିବାରୁ ତାକୁ ରାଉରକେଲା ଠାରେ ଥିବା ଜୁଭେନାଲ ହୋମକୁ ପଠେଇ ଦିଆଯାଇଛି I ସୂଚନା ଅନୁସାରେ ଏହି ଫିରିଙ୍ଗିଆ ଥାନା ଅଞ୍ଚଳ ର ଜଣେ ୧୫ ବର୍ଷର ନାବାଳିକା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ନାବାଳିକାର ଜଣେ ସମ୍ପର୍କୀୟ ନାବାଳକ ଭାଇ ଘରେ ପସି ଜୋର ଜବରଦସ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲା I ଘଟଣାକୁ ନେଇ ପୀଡିତା ନାବାଳିକାର ବାପା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ I
ଅଭିଯୋଗକୁ ନେଇ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଦିପକ ରାଉତଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା I ଘଟଣାକୁ ନେଇ ଥାନାରେ ୧୭୮/୨୦୨୫ ରେ ଏକ ଦୁଷ୍କର୍ମ ମାମଲା ରୁଜୁକରି ଘଟଣାର ୨ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ I  ମଙ୍ଗଳବାର ଅଭିଯୁକ୍ତ ନାବାଳକକୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିଲା ପରେ ମାନ୍ୟବର କୋର୍ଟ ଙ୍କ ନିର୍ଦେଶ କ୍ରମେ ଅଭିଯୁକ୍ତ ନାବାଳକକୁ ରାଉରକେଲା ଠାରେ ଥିବା ଜୁଭେନାଲ ହୋମକୁ ପଠେଇ ଦିଆଯାଇଥିବା ତଦନ୍ତ ଦାୟିତ୍ୱ ରେ ଥିବା ପୋଲିସ ଏସଆଇ ଦିପକ ରାଉତ ସୂଚନା ଦେଇଛନ୍ତି I

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories