www.samajalive.in
Sunday, December 14, 2025
16.1 C
Bhubaneswar

ରୁଷ୍‌ ଭାରତକୁ ଦେବ ଅଦୃଶ୍ୟ ଶିକାରୀ- ଆମେରିକାର ଏଫ୍‌-୧୬ ଠାରୁ ବି ଶକ୍ତିଶାଳୀ

ନୂଆଦିଲ୍ଲୀ – ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏହି ସପ୍ତାହରେ ନୂଆଦିଲ୍ଲୀରେ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକ ସାଧାରଣ ବୈଠକ ନୁହେଁ; ଏଥିରେ ଅନେକ ପ୍ରତିରକ୍ଷା ଚୁକ୍ତି ଉପରେ ଆଲୋଚନା ହେବ। ରୁଷ୍‌ ଭାରତକୁ ଯେଉଁ ଶକ୍ତି ଦେବା ପାଇଁ ଯାଉଛି ତାହା ଶୁଣି ପାକିସ୍ତାନ ଆଶ୍ଚର୍ଯ୍ୟ ହୋଇଯିବ। ଭାରତର ଦୃଢ଼ ବନ୍ଧୁ ଭାବେ ରୁଷ୍‌ ପରିଚିତ । ରୁଷ୍‌ ଅସ୍ତ୍ରଶସ୍ତ୍ର ପାକିସ୍ତାନ କେବଳ ସ୍ୱପ୍ନରେ ଦେଖିପାରିବ।

ସୁଖୋଇ ୫୭ ପଞ୍ଚମ ପିଢ଼ିର ଏକ ଅତ୍ୟାଧୁନିକ ଯୁଦ୍ଧ ବିମାନ। ଏହାକୁ ସ୍ଟିଲ୍ଥ ଫାଇଟର୍‌ ପ୍ଲେନ୍‌ ବୋଲି କୁହାଯାଇଥାଏ । ଶତ୍ରୁର ରାଡାର୍‌ ଏହାକୁ ଧରି ପାରି ନଥାଏ । ସୁଖୋଇ ୫୭ ବିଶ୍ୱର ସର୍ବୋତ୍ତମ ଯୁଦ୍ଧ ବିମାନ ବୋଲି ରୁଷ ମୁଖପାତ୍ର ପେସ୍ପେକୋଭ କହିଛନ୍ତି । ପୁଟିନଙ୍କ ଭାରତ ଗସ୍ତ ସମୟରେ ଏହି ପ୍ରସଙ୍ଗରେ ଆଲୋଚନା ହେବ ମାତ୍ର ଏ ବିଷୟରେ ଅଧିକ କିଛି କହିବେ ନାହିଁ ବୋଲି ସେ କହିଛନ୍ତି ।

- Advertisement -

ଭାରତ ରୁଷ ପ୍ରତିରକ୍ଷା ଚୁକ୍ତି: ଭାରତ-ରୁଷ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଆସୁଛନ୍ତି। କେବଳ ଦୁଇ ଦେଶ ନୁହେଁ, ସମଗ୍ର ବିଶ୍ୱ ତାଙ୍କ ଗସ୍ତ ଉପରେ ନଜର ରଖିଛନ୍ତି। ପାରମ୍ପରିକ ସହଯୋଗୀ ଏବଂ ବିଶ୍ୱସ୍ତ ବନ୍ଧୁ ଭାବରେ, ରୁଷ୍‌, ଭାରତର ପ୍ରତିରକ୍ଷା ନୌବାହିନୀକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି।

ଏହା ବ୍ୟତୀତ, ଭାରତୀୟ ସେନାର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଭାବରେ ବିବେଚିତ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ରୁଷ୍‌ ଭାରତକୁ ପ୍ରଦାନ କରିବା । ପାକିସ୍ତାନ ସହ ଅପରେସନ୍‌ ସିନ୍ଦୁରରେ ଏହା ବେଶ୍‌ ଫଳପ୍ରଦ ପ୍ରତିରକ୍ଷା ପ୍ରଣାଳୀ ଭାବେ କାର୍ଯ୍ୟ କରିଥିଲା।

ପୁଟିନ ଡିସେମ୍ବର ୪ଓ୫ରେ ବାର୍ଷିକ ଭାରତ ଓ ରୁଷ୍‌ ସମ୍ମିଳନୀ ପାଇଁ ନୂଆଦିଲ୍ଲୀ ଆସୁଛନ୍ତି । ପେସକୋଭ କହିଛନ୍ତି ଯେ ରୁଷ ଭାରତକୁ ଉନ୍ନତ ପରମାଣୁ ପ୍ରଯୁକ୍ତିବିଦ୍ୟା ଦେବ । ବୈଠକରେ କ୍ଷୁଦ୍ର ଏବଂ ମଧ୍ୟମ ଆକାରର ପରମାଣୁ ରିଆକ୍ଟର ବିଷୟରେ ମଧ୍ୟ ଆଲୋଚନା ହେବ। ପେସକୋଭ କହିଛନ୍ତି ଯେ ରୁଷର ଏହି ରିଆକ୍ଟର ବିକାଶ କରିବାରେ ବ୍ୟାପକ ଅଭିଜ୍ଞତା ଅଛି ଏବଂ ଏହା ଭାରତକୁ ପ୍ରଦାନ କରିବ ।

ପାକିସ୍ତାନ ପ୍ରସଙ୍ଗ ବିଷୟରେ ରୁଷ ଆତଙ୍କବାଦ ଏବଂ ପାକିସ୍ତାନ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ପେସ୍ପକୋଭ କହିଛନ୍ତି ଯେ ଆମେ ଆତଙ୍କବାଦର ଉତ୍ସ ନିର୍ବିଶେଷରେ କଡ଼ା ନିନ୍ଦା କରୁ। ଭାରତ ଏହି ବିପଦର ସମ୍ମୁଖୀନ ହୋଇଛି, ଏବଂ ଅନ୍ତର୍ଜାତୀୟ ସହଯୋଗ ଦ୍ୱାରା ଆତଙ୍କବାଦକୁ ମୂଳପୋଛ କରାଯାଇପାରିବ। ରୁଷ ସ୍ପଷ୍ଟ ଭାବରେ କହିଛି ଯେ ଭାରତ ତାର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦିଏ, । ଆପଣଙ୍କୁ କହି ରଖୁଛୁ ଯେ ଏପ୍ରିଲ-ମେ ମାସରେ ଯେତେବେଳେ ଭାରତ-ପାକିସ୍ତାନ ବିବାଦ ଶେଷ ହୋଇଥିଲା, ସେତେବେଳେ ଆତଙ୍କବାଦ ଉପରେ ଭାରତ ସହିତ ଠିଆ ହୋଇଥିବା ପ୍ରଥମ ଦେଶମାନଙ୍କ ମଧ୍ୟରେ ରୁଷ ଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories