www.samajalive.in
Saturday, December 6, 2025
16.1 C
Bhubaneswar

ସିଆଇସି ନିଷ୍ପତ୍ତି ବିରୋଧରେ ଅଦାଲତ ଯିବ ବିସିସିଆଇ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‍ କଣ୍ଟ୍ରୋଲ୍‍ ବୋର୍ଡ (ବିସିସିଆଇ)କୁ ସୂଚନା ଅଧିକାର ଆଇନ ପରିସରଭୁକ୍ତ କରିବାକୁ କେନ୍ଦ୍ର ସୂଚନା କମିସନ (ସିଆଇସି) ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ବିରୋଧ କରି ଅଦାଲତର ଦ୍ୱାରସ୍ଥ ହେବାକୁ ଯୋଜନା ପ୍ରସ୍ତୁତ କରୁଛି ବିସିସିଆଇ।
ସିଆଇସି ନିଷ୍ପତ୍ତି ଅନୁଯାୟୀ ଯଦି ବିସିସିଆଇ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୁଏ ତେବେ ଏହା ଏକ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‍ଏସ୍‍ଏଫ୍‍) ହୋଇଯିବ। ଅନ୍ୟପକ୍ଷରେ ବିସିସିଆଇ ଏକ ସ୍ୱୟଂଚାଳିତ ସଂସ୍ଥା ହୋଇଥିବାରୁ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବାକୁ ବାଧ୍ୟ ନୁହେଁ ବୋଲି ଏହାର କେତେକ ପଦାଧିକାରୀ ମତ ଦେଇଛନ୍ତି। ସେହିପରି କ୍ରିକେଟ୍‍ ପରିଚାଳନା ଦାୟିତ୍ୱରେ ଥିବା କ୍ରିକେଟ୍‍ ପ୍ରଶାସକ କମିଟି (ସିଓଏ)କୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି ବିସିସିଆଇର ପଦାଧିକାରୀ। ସିଓଏ ସଦସ୍ୟମାନେ ବିସିସିଆଇର ସ୍ୱାର୍ଥରକ୍ଷା କରିବାରେ ବିଫଳ ହୋଇଥିବା ଅଧିକାରୀ ଜଣକ ମତ ଦେଇଛନ୍ତି। ଗତ ଜୁଲାଇ ୧୦ରେ ସିଆଇସିରେ ବିିସିସିଆଇ ମାମଲାର ଶୁଣାଣି ଥିଲା। ବିସିସିଆଇ କାହିଁକି ସୂଚନା ଅଧିକାର ଆଇନ ପରିସରଭୁକ୍ତ ନ ହେବ ସେ ସଂପର୍କରେ ଜବାବ ଦେବାକୁ ପୂର୍ବରୁ ସିଆଇସି ତରଫରୁ ନିର୍ଦେଶ ଦିଆଯାଇଥିଲା। ତେବେ ସିଓଏ କୌଣସି ଜବାବ ଦେଇନଥିବା ଅଧିକାରୀ ଜଣକ ଅଭିଯୋଗ କରିଛନ୍ତି। ବିସିସିଆଇକୁ ସିଆଇସି ସୂଚନା ଅଧିକାର ଆଇନ ପରିସରଭୁକ୍ତ କରିଥିବାରୁ ଏହା ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଦେଶରେ କ୍ରିକେଟ୍‍ ପରିଚାଳନାକୁ ନେଇ ବିଭିନ୍ନ ପ୍ରକାର ସମସ୍ୟା ରହିଛି। ତେବେ ସିଓଏ ସଦସ୍ୟ ଏସବୁ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଆଖିବୁଜି ବସି ରହିଥିବା ଅଧିକାରୀ ଜଣକ ଅଭିଯୋଗ କରିଛନ୍ତି। ସିଓଏର ନୈରାଶ୍ୟବାଦୀ ମନୋଭାବ କାରଣରୁ ବିସିସିଆଇ ପଦାଧିକାରୀ ଚିନ୍ତିତ ଅଛନ୍ତି ଏବଂ ସିଆଇସି ନିଷ୍ପତ୍ତି ବିରୋଧରେ ନିଜଆଡ଼ୁ ଅଦାଲତଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।
ଅନ୍ୟଜଣେ ପଦାଧିକାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ସିଆଇସି ଯେଉଁ ନିଷ୍ପତ୍ତି ଶୁଣାଇଛି ସେ ସଂପର୍କରେ ତର୍ଜମା କରାଯାଉଛି ଏବଂ ପରବର୍ତ୍ତୀ ସମୟରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ସେଥିନେଇ ଆଲୋଚନା ଚାଲିଛି। ସିଓଏ ଅଧ୍ୟକ୍ଷ ବିନୋଦ ରାୟଙ୍କୁ ଏ ସଂପର୍କରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories