www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶାକୁ ୪୮ ରନରେ ହରାଇଲା ଛତିଶଗଡ଼

କଟକ : ନୂଆଦିଲ୍ଲୀରେ ଚାଲିଥିବା ବିଜୟ ହଜାରେ ଟ୍ରଫି ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ଖେଳାଯାଇଥିବା ଏଲିଟ୍‍ ଗ୍ରୁପ୍‍-ବି ମ୍ୟାଚରେ ଛତିଶଗଡ ୪୮ ରନରେ ଓଡ଼ିଶାକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଛତିଶଗଡକୁ ୪ ପଏଣ୍ଟ ମିଳିଥିବାବେଳେ ଓଡ଼ିଶା କୌଣସି ପଏଣ୍ଟ ପାଇନାହିଁ। ଓଡ଼ିଶା ଏପର୍ଯ୍ୟନ୍ତ ୬ଟି ମ୍ୟାଚରୁ ଗୋଟିଏ ବିଜୟ, ଚାରିଟି ପରାଜୟ ଓ ଗୋଟିଏ ବାତିଲ ସହ ୬ ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ରହିଛି। ଗୁରୁବାର ଓଡ଼ିଶା ପରବର୍ତ୍ତୀ ମ୍ୟାଚରେ ସୌରାଷ୍ଟ୍ରକୁ ଭେଟିବ।
ଛତିଶଗଡ ଅଧିନାୟକ ହରପ୍ରୀତ ସିଂହ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦୁଇ ଓପନର ରିଷଭ ତିୱାରୀ ଓ ଆଶୁତୋଷ ସିଂହ ପ୍ରଥମ ୱିକେଟ ପାଇଁ ୪୭ ରନ ଯୋଗକରିଥିବାବେଳେ ରିଷଭଙ୍କୁ (୨୫) ଆଉଟ କରି ଗୋବିନ୍ଦ ପୋଦ୍ଦାର ଓଡ଼ିଶା ପାଇଁ ପ୍ରଥମ ସଫଳତା ଅର୍ଜନ କରିଥିଲେ। ମନୋଜ ସିଂହ ମଧ୍ୟ ବେଶି ସମୟ କ୍ରିଜରେ ତିଷ୍ଠିପାରିନଥିଲେ। ମନୋଜ ବ୍ୟକ୍ତିଗତ ୬ ରନ କରିଥିବାବେଳେ ବିପ୍ଳବ ସାମନ୍ତରାୟଙ୍କ ପ୍ରଥମ ଶିକାର ପାଲଟିଥିଲେ। ଆଶୁତୋଷ ୩୮ ରନ କରି ତୃତୀୟ ଖେଳାଳିଭାବେ ଆଉଟ ହୋଇଥିଲେ। ମଧ୍ୟକ୍ରମରେ ହରପ୍ରୀତ ସିଂହ ଓ ଅମନଦୀପ ଖାରେ ଯଥାକ୍ରମେ ୪୩ ଓ ୨୯ ରନ କରି ଦଳୀୟ ସ୍କୋରକୁ ବୃଦ୍ଧି କରିବାରେ କିଛିମାତ୍ରାରେ ସଫଳ ହୋଇଥିଲେ। ତେବେ ବିଶାଲ କୁଶୱାହ୍‍ (୫) ଓ ଯତୀନ ସାକ୍ସେନା (୩) ସହଳ ଆଉଟ ହେବାଫଳରେ ଦଳର ରନ ସଂଗ୍ରହ ହାର ପୁଣି ଧିମେଇ ଯାଇଥିଲା। ଶେଷଆଡକୁ ସାକିବ ଅହମ୍ମଦ ୩ଟି ଚୌକା ଓ ୨ଟି ଛକା ସହାୟତାରେ ଦ୍ରୁତ ୩୮ ରନ ସ୍କୋର କରିବା ଫଳରେ ଛତିଶଗଡ ୪୯.୫ ଓଭରରେ ୨୧୨ ରନରେ ଅଲଆଉଟ ହୋଇଥିଲା। ଓଡ଼ିଶା ପକ୍ଷରୁ ଅନୁରାଗ ଷଡଙ୍ଗୀ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ସୂର୍ଯ୍ୟକାନ୍ତ ପ୍ରଧାନ, ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟ, ଅଭିଷେକ ରାଉତ ଓ ପାପୁ ରାୟଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି।
୨୧୩ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଓଡ଼ିଶାର ଦୁଇ ଓପନର ଅନୁରାଗ ଷଡଙ୍ଗୀ ଓ ରାଜେଶ ଧୁପର ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ଅନୁରାଗ ଆକ୍ରମଣାତ୍ମକ ଭଙ୍ଗିରେ ବ୍ୟାଟିଂ କରି ୧୨ଟି ବଲରୁ ୫ଟି ଚୌକା ସହାୟତାରେ ୨୧ ରନ କରିଥିବାବେଳେ ଶିବେନ୍ଦ୍ର ସିଂହଙ୍କ ବଲରେ ଆଉଟ ହୋଇଥିଲେ। ପୋଦ୍ଦାର ୧ ରନ କରିଥିବାବେଳେ ଶିବେନ୍ଦ୍ରଙ୍କ ଦ୍ୱିତୀୟ ଶିକାର ପାଲଟିଥିଲେ। ଧୁପର ଓ ବିପ୍ଳବ ୩ୟ ୱିକେଟ ପାଇଁ ୫୭ ରନ ଯୋଗକରି ସ୍ଥିତିକୁ କିଛିମାତ୍ରାରେ ସୁଧାରିଥିଲେ। ଦଳୀୟ ସ୍କୋର ୮୦ ରନରେ ଧୁପର ବ୍ୟକ୍ତିଗତ ୩୮ ରନ କରି ଆଉଟ ହେବାପରେ ଓଡ଼ିଶା ପୁଣି ଅସୁବିଧାର ସମ୍ମୁଖୀନ ହୋଇଥିଲା। ବିପ୍ଳବ ୩୮, ସୁଜିତ ଲେଙ୍କା ୧୬ ଓ ପ୍ରୟାସ ସିଂହ ୨୫ ରନ କରିଥିବାବେଳେ ଓଡ଼ିଶା ୪୧ ଓଭରରେ ୧୬୪ ରନରେ ଅଲଆଉଟ ହୋଇଥିଲା। ଛତିଶଗଡ ପକ୍ଷରୁ ଶିବେନ୍ଦ୍ର ସିଂହ ଓ ପଙ୍କଜ ରାଓ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories