ନେମାଳ : ନେମାଳ ଥାନା ଅନ୍ତର୍ଗତ ବନ୍ଧୁପୁର ପପଞ୍ଚାୟତର ସଆଁଳପୁର ଗ୍ରାମରେ ଗତ ରବିବାର ଦିନ ମା’ ମଙ୍ଗଳାଙ୍କ ଭସାଣୀ ଉତ୍ସବ ଚାଲିଥିଲା ବେଳେ ସେହିଗ୍ରାମର ରବିନ୍ଦ୍ରନାଥ ଦାସ ଓ ଗୋକୁଳାନନ୍ଦ ପାତ୍ର ଏହି ଭସାଣୀ ଉତ୍ସବକୁ ବିରୋଧ କରିବା ପରେ ଭସାଣୀ ଶୋଭାଯାତ୍ରାକାରୀ ଓ ରବିନ୍ଦ୍ର ଏବଂ ଗୋକୁଳାନନ୍ଦଙ୍କ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। ପରେ ରବିନ୍ଦ୍ରଙ୍କ ପୁଅ ବିରଞ୍ଚି ଓ ସେମାନଙ୍କ କେତେ ସହଯୋଗୀ ଭସାଣୀ ଉତ୍ସବ ନିକଟରେ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଗଣ୍ଡଗୋଳ ସୃଷ୍ଟି କରୁଥିଲା ବେଳେ ସ୍ଥାନୀୟ କେତେକ ମୁରବୀ ଶ୍ରେଣୀୟ ବ୍ୟକ୍ତି ଏହି ଘଟଣାର ଆପୋଷ ସମାଧାନ ପାଇଁ ଉଭୟଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରେ ସାଆଁଳପୁର ଗ୍ରାମର ୧୦/୧୨ ଜଣ ଯୁବକ ୫ ଟି ମୋଟର ସାଇକେଲ ଯୋଗେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମର ମହିଳାମାନଙ୍କୁ ଗାଳି ଗୁଲଜ କରିଥିଲେ। ଏହି ସମୟରେ ଗ୍ରାମରେ ପୁରୁଷମାନେ ଭସାଣୀ ଶୋଭାଯାତ୍ରାରେ ଯାଇଥିବାରୁ ଏକ ବଡ ଧରଣର ଗଣ୍ଡଗୋଳକୁ ଏଡାଇ ଦିଆଯାଇପାରିଥିଲା। ତେବେ ଏହି ଘଟଣାକୁ ଆପୋଷ ଆଲୋଚନା ପାଇଁ ଉଦ୍ୟମ ଚାଲିଥିଲା ବେଳେ ତାହା ସଫଳ ନ ହେବାରୁ ଉଭୟ ପକ୍ଷରୁ ନେମାଳ ଥାନାରେ ଦୁଇଟି ପୃଥକ୍ ପୃଥକ୍ ଅଭିଯୋଗ ହେବା ସହିତ ସାଆଁଳପୁର ଗ୍ରାମର କେତକ ମହିଳା ଆଜି ନେମାଳ ଥାନାକୁ ଘେରାଉ କରିବା ସହିତ ଧାରଣାରେ ବସି ପୋଲିସ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଖବର ଲେଖା ହେଲା ବେଳକୁ ପୁଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି।
Popular Categories



