www.samajalive.in
Saturday, December 13, 2025
27.1 C
Bhubaneswar

ସେନ୍‍ସେକ୍ସ ୮୦୬ ଓ ନିଫ୍ଟି ୨୫୯ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଭାରତୀୟ ଅଂଶଧନ ବଜାର (ସେୟାର ମାର୍କେଟ)ରେ ଗୁରୁବାର ବଡ଼ ହ୍ରାସ ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ (ବିଏସ୍‍ଇ) ସେନସେକ୍ସ ୮୦୬.୪୭ ପଏଣ୍ଟ ହ୍ରାସ ପାଇ ୩୫,୧୬୯ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟକ୍‍ ଏକ୍ସଚେଞ୍ଜ (ନିଫ୍ଟି) ୨୫୯ ପଏଣ୍ଟ ହ୍ରାସ ପାଇ ୧୦,୫୯୯.୨୫ ପଏଣ୍ଟରେ ରହିଛି। ସେନସେକ୍ସର ୩୧ଟି ସେୟାରରୁ ମାତ୍ର ୬ଟି ସେୟାର ସବୁଜ ସଂକେତ ମଧ୍ୟରେ ବନ୍ଦ ହୋଇଥିବାବେଳେ ବାକି ୨୫ ସେୟାର ମୂଲ୍ୟରେ ହ୍ରାସ ଘଟିଛି। ୫୦ ସେୟାର ବିଶିଷ୍ଟ ନିଫ୍ଟିର ୩୧ ଟି ସେୟାରରେ ହ୍ରାସ ପରିଲକ୍ଷିତ ହୋଇଥିବାବେଳେ ମାତ୍ର ୧୧ଟି ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି। କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଗୁରୁବାର ଅପରାହ୍ନରେ ଡିଜେଲ ଓ ପେଟ୍ରୋଲ ଉପରୁ ଲିଟର ପିଛା ଉତ୍ପାଦନ ଶୁଳ୍କ ୧.୫୦ ଟଙ୍କା ଓ ତୈଳ କମ୍ପାନୀ ପକ୍ଷରୁ ଟଙ୍କାଏ ମିଶାଇ ମୋଟ ୨ଟା ୫୦ ପଇସା ହ୍ରାସ ଘୋଷଣା କରିବା ପରେ ତୈଳ କମ୍ପାନୀର ନିବେଶକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ନିଫ୍ଟି କ୍ଷେତ୍ରରେ ହିନ୍ଦୁସ୍ତାନ ପେଟ୍ରୋଲିୟମ ସେୟାରରେ (୨୨.୪୪%), ବିପିସିଏଲରେ (୧୮.୮୮%), ଭାରତୀୟ ତୈଳ ନିଗମ (ଆଇଓସି)ର (୧୮.୨୪%), ଓଏନ୍‍ଜିସିର (୯.୯୮%), ରିଲାଏନ୍ସର (୮.୦୨%), ଆଇସର ମୋର୍ଟର୍ସ ସେୟାରରେ (୭.୪୭%), ଗେଲ (୬.୫୨%), ହିରୋ ମୋଟୋକର୍ପ (୫.୫୧%), ଡ.ରେଡ୍ଡୀ (୫%) ଏବଂ ଟିସିଏସ୍‍ ସେୟାରରେ (୪.୬୨%) ହ୍ରାସ ଘଟିଛି। ଅନୁରୂପ ଭାବେ ସେନସେକ୍ସ କ୍ଷେତ୍ରରେ ରିଲାଏନ୍ସ (୭.୦୩%), ହିରୋ ମୋଟୋକର୍ପ (୫.୪୫%), ଟିସିଏସ୍‍ (୪.୫୪%), ଆଦାନୀ ପୋର୍ଟସ (୪.୧୭%), ଓଏନ୍‍ଜିସି (୩.୭୪%), ସନ ଫାର୍ମା (୩.୭୦%), ଏଚ୍‍ଡିଏଫସି ବ୍ୟାଙ୍କ (୩.୪୬%), ବଜାଜ ଅଟୋ (୩.୪%) ଏବଂ ଇଣ୍ଡସଲାଣ୍ଡ ବ୍ୟାଭ୍‍କ ସେୟାରରେ (୩.୦୩%) ହ୍ରାସ ଘଟିଛି। ଗୁରୁବାର ସେନସେକ୍ସ ୩୫,୫୨୧.୭୩ ପଏଣ୍ଟ ଏବଂ ନିଫ୍ଟି ୧୦୭୫୪ ପଏଣ୍ଟରୁ କାରବାର ଆରମ୍ଭ ହୋଇଥିଲା। କାରବାର ଆରମ୍ଭ ପରଠାରୁ ସେନସେକ୍ସ ଏବଂ ନିଫ୍ଟିରେ ହ୍ରାସ ଦେଖାଦେଇଥିଲା। ଦିନ ୧୨ଟା ବେଳକୁ ସେନସେକ୍ସ ୮୦୦ ପଏଣ୍ଟ ଏବଂ ନିଫ୍ଟି ୨୫୦ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଉଲ୍ଲେଖ ଯେ ବୁଧବାର ସେନସେକ୍ସରେ ୫୫୦ ପଏଣ୍ଟ ହ୍ରାସ ଘଟିଥିଲା। ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିବା, ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି, ବିଦେଶ ନିବେଶକ ଆସ୍ଥା ହରାଇବା ଓ ଆରବିଆଇ ମୁଦ୍ରା ନୀତି ସମୀକ୍ଷାରେ ଋଣ ଦର ବଢାଇବାର ଆଶଙ୍କା ଯୋଗୁଁ ସେୟାର ବଜାର କାରବାରରେ ହ୍ରାସ ପରିଲକ୍ଷିିତ ହୋଇଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories