www.samajalive.in
Monday, December 8, 2025
27.1 C
Bhubaneswar

ନୂଆବର୍ଷରେ ମନ୍ଦିର, ପର୍ଯ୍ୟଟନ ସ୍ଥଳୀରେ ଭିଡ଼

ଭବାନୀପାଟଣା: ପବିତ୍ର ନୂଆବର୍ଷ ଅବସରରେ ବୁଧବାର କଳାହାଣ୍ଡି ଜିଲାର ବିଭିନ୍ନ ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ବର୍ଷର ପ୍ରଥମ ଦିନ ଦେବାଦେବୀଙ୍କୁ ଦର୍ଶନ କରି ଆଶିଷ ଲଭିବାକୁ ସକାଳୁ ମନ୍ଦିରମାନଙ୍କରେ ଭକ୍ତଙ୍କ ଭିଡ଼ ଜମିଥିଲା। କଳାହାଣ୍ଡିବାସୀଙ୍କ ଆରାଧ୍ୟା ଦେବୀ ମା’ ମାଣିକେଶ୍ବରୀଙ୍କ ପୀଠ ସମେତ ଲଙ୍କେଶ୍ବରୀ, ଭଣ୍ଡାରଘରଣୀ, ଯୋଗମାୟା ପୀଠ, ପାତାଳେଶ୍ୱର, ଜଳେଶ୍ୱର, ଚୁରା ପାହାଡ଼, ବେଲଖଣ୍ଡି ଶୈବପୀଠରେ ସକାଳୁ ଭକ୍ତଙ୍କ ଭିଡ଼ ଲାଗିଥିଲା। ଯୋଗମାୟା ଦୈବୀପୀଠରେ ମା’ଙ୍କ ଦର୍ଶନ ସହିତ ନିକଟସ୍ଥ ପାର୍କରେ ବୁଲିବାକୁ ଦୂର ଦୂରାନ୍ତରୁ ଲୋକେ ଆସିଥିଲେ। ସେହିଭଳି ପ୍ରସିଦ୍ଧ ଡୋକରିଚଞ୍ଚରା ପର୍ଯ୍ୟଟନ ସ୍ଥଳୀ ସମେତ ଫୁର୍ଲି ଝରନ୍, ରାବଣଦର୍, ସିନ୍ଦେର, ଘୁଷୁରୀଗୁଡ଼ି ଆଦି ଜଳପ୍ରପାତ, ହେଲୋପଏଣ୍ଟ ଭଳି ପର୍ଯ୍ୟଟନ ସ୍ଥଳୀରେ ଜିଲା ତଥା ଜିଲା ବାହାର ପର୍ଯ୍ୟଟକଙ୍କ ସମାଗମ ହେଇଛି। ବର୍ଷର ପ୍ରଥମ ଦିନଟି ପରିବାର, ସାଙ୍ଗସାଥିଙ୍କ ସହ ଖୁସି ମନେଇବାକୁ ସମସ୍ତେ ମିଳିମିଶି ବୁଲୁଥିବା ପରିଲକ୍ଷିତ ହୋଇଛି। ଆଜି କାର୍ଯ୍ୟ ଦିବସ ହେଇଥିଲେ ମଧ୍ୟ ସରକାରୀ କାର୍ଯ୍ୟାଳୟମାନଙ୍କର ଉପସ୍ଥାନ କମ୍ ରହିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories