www.samajalive.in
Thursday, December 11, 2025
13.1 C
Bhubaneswar

ନୂଆବର୍ଷରେ ନାଁ ବଦଳାଇଲେ ଏଲନ ମସ୍କ !

ସମାଜ ଡିଜିଟାଲ ଡେସ୍କ: ନୂଆବର୍ଷରେ ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ନିଜ ନାଁ ବଦଳାଇଛନ୍ତି। ତେବେ ବାସ୍ତବ ଜୀବନରେ ସେ ନିଜ ନାମ ପରିବର୍ତ୍ତନ କରିନାହାନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଥିବା ନିଜ ଆକାଉଣ୍ଟର ପ୍ରୋଫାଇଲ ନାମକୁ ମସ୍କ ବଦଳାଇ ‘କେକିଅସ ମାକ୍ସିମସ’ ରଖିଛନ୍ତି। ଏହା ସହିତ ସେ ନିଜ ପ୍ରୋଫାଇଲ ଫଟୋକୁ ବି ବଦଳାଇ ହାତରେ ଭିଡିଓ ଗେମ ଜୟଷ୍ଟିକ ଧରିଥିବା ‘ପେ​‌ପେ ଦ ଫ୍ରଗ’ ଚରିତ୍ରର ଏକ ଫଟୋକୁ ରଖିଛନ୍ତି। ତେବେ ଏହି ନୂଆ ନାମ ପଛରେ ରହିଥିବା ଚରିତ୍ର କିଏ ତାହା ଜାଣିବାକୁ ଆପଣମାନଙ୍କର ଇଚ୍ଛା ହେଉଥିବ ନିଶ୍ଚୟ।

କେକିଅସ ମାକ୍ସମସ ହେଉଛି କ୍ରିପ୍ଟୋକରେନ୍ସି ବଜାରରେ ଏକ ନୂଆ ସଦସ୍ୟ। ଯାହା ବର୍ତ୍ତମାନ ସମୟରେ ନିବେଶକମାନଙ୍କୁ ବେଶ୍‌ ଆକୃଷ୍ଟ କରିବାରେ ସକ୍ଷମ ହୋଇପାରିଛି। ବିଟକଏନ, ଇଥେରିୟମ ଭଳି କେକିଅସ ମାକ୍ସିମସ ମଧ୍ୟ ଏକ ନୂଆ କ୍ରିପ୍ଟୋକରେନ୍ସି। ଯାହା ଡିସେମ୍ବର ୨୭ରେ କ୍ରିପ୍ଟୋ ବଜାରରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୦୦ ପ୍ରତିଶତ ବୃଦ୍ଧି ପାଇଛି। ତେବେ ନିଜ ପ୍ରୋଫାଇଲ ନାମ ଓ ଫଟୋ ବଦଳାଇବା ସହିତ କ୍ରିପ୍ଟୋକରେନ୍ସି ମଧ୍ୟରେ କି ସମ୍ପର୍କ ରହିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଏହା କ୍ରିପ୍ଟୋ ଜଗତରେ ମସ୍କଙ୍କ ପ୍ରବେଶ ନେଇ ଗୋଟିଏ ପ୍ରକାର ସଙ୍କେତ ଦେଉଥିବା ଆଲୋଚନା ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories