ମହାମେଣ୍ଟ ପରିକଳ୍ପନା ପଛରେ ପାକିସ୍ତାନ: ବିଜେପି
ନୂଆଦିଲ୍ଲୀ : ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେପିକୁ ମୁକାବିଲା କରିବା ପାଇଁ ବିରୋଧୀ ଦଳଗୁଡିକ ମହାମେଣ୍ଟ ନେଇ ପରିକଳ୍ପନା କରିଛନ୍ତି। ବିରୋଧୀଙ୍କ ଏହି ମହାମେଣ୍ଟ ଗଠନ ପରିକଳ୍ପନାକୁ ବିଜେପି ସମାଲୋଚନା କରିଛି। ଗୁରୁବାର ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ବିରୋଧୀଙ୍କ ଏହି ମହାମେଣ୍ଟ ପଛରେ ପାକିସ୍ତାନ ରହିଛି। ପାକିସ୍ତାନ ଏହା ମହାମେଣ୍ଟର ଏକ ଅଂଶ। ପାକିସ୍ତାନର ଅନେକ ଶକ୍ତି ରାହୁଲ ଗାନ୍ଧୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ କରିବା ଲାଗି ଲାଗି ପଡିଛନ୍ତି। ରାହୁଲଙ୍କୁ ପ୍ରଧାନମନ୍ତ୍ରୀ କରି ଭାରତକୁ ବିଭାଜନ କରିବା ପାକିସ୍ତାନର ଅସଲ ଉଦ୍ଦେଶ୍ୟ। କଂଗ୍ରେସ ସହ ମେଣ୍ଟ ନ କରିବା ଲାଗି ବିଏସପି ମୁଖ୍ୟ ମାୟାବତୀ ଘୋଷଣା କରିଛନ୍ତି। ମାୟାବତୀ କହିଛନ୍ତି ଯେ ବିଏସପିକୁ ମୂଳପୋଛ କରିବା ଲାଗି କଂଗ୍ରେସ ଯୋଜନା କରିଛି। ତେଣୁ ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଏସପି ଏକାକୀ ଲଢିବ। ବିଏସପି ମେଣ୍ଟ ପାଇଁ ମନା କରିବା ପରେ କଂଗ୍ରେସ ଏବେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ଯୋଜନା ଚଳାଇଛି।