ନୂଆଦିଲ୍ଲୀ : ମୋଟୋରୋଲା ପୂର୍ବ ସପ୍ତାହରେ ଭାରତରେ ନିଜର ନୂଆ ସ୍ମାର୍ଟଫୋନ ମୋଟୋରୋଲା ୱାନ ପାୱାର ଲଞ୍ଚ କରିଛି। ଏହି ଫୋନଟି ଶୁକ୍ରବାର ଠାରୁ ଫ୍ଲିପକାର୍ଟରେ ଉପଲବ୍ଧ ରହିଛି। ଫୋନର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ଆଣ୍ଡ୍ରଏଡ ୱାନ ରହିଛି। ଯେମିତି ଜିଓମୀ ଏମ୍ଆଇ ଏ-୨ରେ ରହିଛି। ଏହାବ୍ୟତୀତ ଏହି ଫୋନରେ କ୍ୱାଲାକମ୍ର ସ୍ନାପଡ୍ରାଗନ ୬୩୬ ପ୍ରୋସେସର ରହିଛି। ଏହି ଫୋନରେ ଆପଣ ନେଟଫ୍ଲିକ୍ସ ଏବଂ ଅମାଜନ୍ର ଏଚ୍ଡି ଭିଡିଓ ଦେଖିପାରିବେ। କାରଣ ମୋଟୋରୋଲା ୱାନ ପାୱାର ଫୋନଟି ୱାଇଡୱାଇନ୍ ଏଲ୍ ୧ ସାର୍ଟିଫାଇଡ୍ ଅଟେ। ଭାରତରେ ଏହାର ମୂଲ୍ୟ ୧୫,୯୯୯ଟଙ୍କା।
ମୋଟୋରୋଲା ୱାନ ପାୱାରର ବିଶେଷତ୍ୱ
ଫିଚର ବିଷୟରେ କହିଲେ ଏହି ଫୋନରେ ଆଣ୍ଡ୍ରଏଡ ଓରିୟୋ ୮.୧ ମିଳିବ ଏବଂ କମ୍ପାନୀର କହିବାକଥା ଏହି ଫୋନରେ ଆଣ୍ଡ୍ରଏଡ ୯.୦ର ମଧ୍ୟ ଅପଡେଟ ମିଳିବ। ମୋଟୋରୋଲା ୱାନ ପାୱାରରେ ୬.୨ ଇଞ୍ଚର ଫୁଲ ଏଚଡି ପ୍ଲସ ଏଲସିଡି ମ୍ୟାକ୍ସ ଭିଜନର ଡିସପ୍ଲେ ମିଳିବ ଯାହାର ଆସପେକ୍ଟ ରେଶିୟୋ ୧୯:୯। ଏହାବ୍ୟତୀତ ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୬୩୬ ପ୍ରୋସେସର, ଗ୍ରାଫିକ୍ସ ପାଇଁ ଆଣ୍ଡ୍ରଏଡ ୫୦୯ ଜିପିୟୁ, ୪ଜିବି ରାମ ଏବଂ ୬୪ ଜିବିର ଷ୍ଟୋରେଜ ମିଳିବ। ଯାହାକୁ ୨୫୬ ଜିବି ପର୍ଯ୍ୟନ୍ତ ବଢାଇପାରିବେ।
ଏହି ଫୋନରେ ଡୁଆଲ ରିୟର କ୍ୟାମେରା ମିଳିବ ଯାହାର ଗୋଟିଏ କ୍ୟାମେରା ୧୬ ମେଗାପିକ୍ସେଲ ଏବଂ ଅନ୍ୟଟି ୫୪ ମେଗାପିକ୍ସେଲର। ଏହାର ଆଗପଟ କ୍ୟାମେରା ୧୨ମେଗାପିକ୍ସେଲ। ଫୋନରେ ସବୁଠାରୁ ଖାସ କଥା ହେଉଛି ଏଥିରେ ୫୦୦୦ ଏମ୍ଏଚର ବ୍ୟାଟେରୀ ମିଳିବ। ଯାହାର ବ୍ୟାଟେରୀ ବ୍ୟାକ୍ଅପ୍ ୬ଘଣ୍ଟା। ଏହାବ୍ୟତୀତ ଫୋନରେ ସଂଯୋଗ ପାଇଁ ୪ଜି ଏଲଟିଇ, ୱାଇ-ଫାଇ, ବ୍ଲୁ-ଟୁଥ ୫.୦, ୟୁଏସବି ଟାଇପ-ସି ଏବଂ ୩.୫ ଏମ୍ଏଚ୍ ର ହେଡଫୋନ ଜ୍ୟାକ ମିଳିବ।



