www.samajalive.in
Sunday, December 7, 2025
16.1 C
Bhubaneswar

ମୁଲାୟମ ସିଂହଙ୍କ ଜୀବନ ପ୍ରତି ବିପଦ ରହିଛି: ଶିବପାଲ ଯାଦବ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି (ସପା)ର ପୂର୍ବତନ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଜୀବନ ପ୍ରତି ବିପଦ ରହିଛି। ମହାତ୍ମା ଗାନ୍ଧିଙ୍କ ପରି ନେତାଜୀଙ୍କ ମଧ୍ୟ ହତ୍ୟା ହୋଇପାରେ ବୋଲି ମଙ୍ଗଳବାର ତାଙ୍କ ଭାଇ ଶିବପାଲ ଯାଦବ ପ୍ରକାଶ କରିଛନ୍ତି। ମଙ୍ଗଳବାର ଗାନ୍ଧି ଜୟନ୍ତୀରେ ଲକ୍ଷ୍ନୌଠାରେ ଏକ ଶୋଭାଯାତ୍ରାର ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିବା ପରେ ଶିବପାଲ ଏହି ମନ୍ତବ୍ୟ ଦେଇଛନ୍ତି। ସମାଜବାଦୀ ଧର୍ମନିରପେକ୍ଷ (ସିକ୍ୟୁଲାର) ମୋର୍ଚ୍ଚା (ଏସ୍‍ଏସ୍‍ଏମ୍‍) ଆବାହକ ଶିବପାଲ ଯାଦବ ଗାନ୍ଧି ଜୟନ୍ତୀ ଶୋଭାଯାତ୍ରାକୁ ପତାକା ଦେଖାଇ ଉଦ୍‍ଘାଟନ କରିଥିଲେ। ଶିବପାଲ କହିଥିଲେ ଯେ ମଞ୍ଚଆଗକୁ ବଢୁଛି ଓ ସବୁ ଜିଲାର ଲୋକେ ଏଥିରେ ସାମିଲ ହେଉଛନ୍ତି। କେତେ ଜଣ ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ବିଧାୟକ ତାଙ୍କ ସହ ଯୋଗାଯୋଗ କରିଛନ୍ତି ଓ ଖୁବଶୀଘ୍ର ମଞ୍ଚରେ ଯୋଗଦେବେ ବୋଲି ସେ କହିଛନ୍ତି। ତେବେ ମୁଲାୟମଙ୍କ ଜୀବନ ପ୍ରତି ବିପଦ ନେଇ ସେ ଅଧିକ ଖୁଲାସା କରିନାହାନ୍ତି। କେବଳ ନେତାଜୀଙ୍କ ଜୀବନ ପ୍ରତି ବିପଦ ରହିଛି ଓ ଯଦି ଗାନ୍ଧିଙ୍କ ହତ୍ୟା ହୋଇପାରେ ତେବେ ନେତାଜୀ ମଧ୍ୟ ଏହାର ଶିକାର ହୋଇପାରନ୍ତି ବୋଲି ସେ କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories