www.samajalive.in
Saturday, December 6, 2025
26.1 C
Bhubaneswar

୬ ଘଣ୍ଟା ବ୍ୟାଟେରୀ ବ୍ୟାକ୍‍ଅପ୍‍ ସହିତ ଭାରତୀୟ ବଜାରକୁ ଅାସିଲା ଜିଓମୀର ‘ଏମଆଇ କମ୍ପାକ୍ଟ ବ୍ଲଟୁଥ ସ୍ପିକର-୨’

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମୀ ଭାରତରେ ନିଜର ନୂଆ ବ୍ଲୁଟୁଥ ସ୍ପିକର ଲଞ୍ଚ କରିଛି। ଜିଓମୀର ଏହି ବ୍ଲୁଟୁଥ ସ୍ପିକରର ନାମ ‘ଏମଆଇ କମ୍ପାକ୍ଟ ବ୍ଲୁଟୁଥ ସ୍ପିକର-୨’। ଯାହାର ମୂଲ୍ୟ ମାତ୍ର ୭୯୯ ଟଙ୍କା। ଏହା ୬ଘଣ୍ଟା ବ୍ୟାଟେରୀ ବ୍ୟାକ୍‍ଅପ୍‍ ଦେଇଥାଏ। ଏଥିରେ ମାଇକ୍ରୋଫେନ ଦିଆଯାଇଛି ଯାହା ସାହାଯ୍ୟରେ ଆପଣ ଫୋନରେ କଥା ହୋଇପାରିବେ।

ଜିଓମୀର ଏହି ନୂଆ ସ୍ପିକର ଏମଆଇ ଡଟ କମରେ ଉପଲବ୍ଧ ରହିଛି । ଏହା କେବଳ ସିଲଭର ରଙ୍ଗରେ ମଳିବି। ଏଥିରେ ବ୍ଲୁଟୁଥ ଭି୪.୨ ରହିଛି ଯାହାର ରେଞ୍ଜ ୧୦ ମିଟର। ‘ଏମଆଇ ବ୍ଲୁଟୁଥ ସ୍ପିକର ୨’ର ଅଡିଓ ଫ୍ରିକ୍ୟୁଏନସି ୨୦୦ଏଚ୍‍ଜେଡ୍‍ ରୁ ୧୮କେଏଚଜେଡ। ଏଥିରେ ୪୮୦ ଏମ୍‍ଏଚ୍‍ର ଲିଥିୟମ ବ୍ୟାଟେରୀ ଦିଆଯାଇଛି। ମାତ୍ର ଏହାର ବକ୍ସରେ ଆପଣଙ୍କୁ ମାଇକ୍ରୋ ୟୁଏସବି କେବୁଲ ମିଳିବନି।
ଏମଆଇ ବ୍ଳୁଟୁଥ ସ୍ପିକର-୨ରେ ଏକ ବଟମ୍‍ ଦିଆଯାଇଛି ଯାହା ସାହାଯ୍ୟରେ ଆପଣ ଏହାକୁ ଅନ ଏବଂ ଅଫ କରିପାରିବେ। ଏହି ବଟମ ସାହାଯ୍ୟରେ ଆପଣ ଫୋନରେ ମଧ୍ୟ କଥା ହୋଇପାରିବେ।
ଏହା ପୂର୍ବରୁ ଚଳିତବର୍ଷ ଜୁନ ମାସରେ ଜିଓମୀ ଭାରତରେ ଏମଆଇ ପକେଟ ସ୍ପିକର ଲଞ୍ଚ କରିଥିଲା ଯାହାର ମୂଲ୍ୟ ୧୪୯୯ଟଙ୍କା ଏବଂ ଏଥିରେ ୧୨୦୦ଏମଏଚର ବ୍ୟାଟେରୀ ରହିଛି। ଯାହା ୭ଘଣ୍ଟାର ବ୍ୟାଟେରୀ ବ୍ୟାକଅପ ଦେଇଥାଏ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories