www.samajalive.in
Saturday, December 6, 2025
26.1 C
Bhubaneswar

ସର୍ବନିମ୍ନସ୍ତରରେ ଟଙ୍କା ବିନିମୟ ମୂଲ୍ୟ; ୧ ଡଲାର = ୭୪ ଟଙ୍କା

ନୂଆଦିଲ୍ଲୀ : ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ହ୍ରାସର ଘଟଣାକ୍ରମ ଜାରି ରହିଛି । ଶୁକ୍ରବାର ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିଛି । ଏହି କ୍ରମରେ ଶୁକ୍ରବାର ପ୍ରତି ଡଲାର ବିନିମୟ ମୂଲ୍ୟ ୭୪ ଟଙ୍କା ହୋଇଛି । ଏହା ଟଙ୍କା ବିନିମୟ ମୂଲ୍ୟର ସର୍ବନିମ୍ନସ୍ତର । ତେବେ ଅନ୍ୟ ରାଷ୍ଟ୍ରର ମୁଦ୍ରା ତୁଳନାରେ ଟଙ୍କା ବିନିମୟ ମୂଲ୍ୟରେ ହ୍ରାସ୍‍ ବହୁ କମ୍‍ ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ପ୍ରକାଶ କରିଛନ୍ତି । ଆରବିଆଇର ତୃତୀୟ ତ୍ରୈମାସିକ ମୁଦ୍ରାନୀତିର ସମୀକ୍ଷା ବୈଠକ ପୂର୍ବରୁ ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ୬ ପଇସା ଦୃଢ ହୋଇଥିଲା ଓ ପ୍ରତି ଡଲାର ପିଛା ଟଙ୍କା ବିନିମୟ ମୂଲ୍ୟ ୭୩ ଟଙ୍କା ୫୨ ପଇସା ରହିଥିଲା । ସମୀକ୍ଷା ବୈଠକ ଶେଷ ସହ ଆରବିଆଇ ପକ୍ଷରୁ ସୁଧହାର ଅପରିବର୍ତ୍ତିତ ରହିବ ବୋଲି ଘୋଷଣା କରାଯିବା ପରେ ଟଙ୍କା ବିନିମୟ ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଥିଲା । ଏହାସହ ସେୟାର ମାର୍କେଟ କାରବାର ବନ୍ଦ ହେବା ବେଳକୁ ପ୍ରତି ଡଲାର ପିଛା ଟଙ୍କା ବିନିମୟ ମୂଲ୍ୟ ୭୪ ଟଙ୍କାରେ ପହଞ୍ଚିଛି । ଉଲ୍ଲେଖ ଯେ ଗୁରୁବାର ସେୟାର ବଜାର କାରବାର ବନ୍ଦ ହେବା ବେଳକୁ ପ୍ରତି ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ୭୩.୫୮ ପଇସା ଥିଲା । ଟଙ୍କା ବିନିମୟ ମୂଲ୍ୟରେ ହ୍ରାସ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ ଆମାଦାନୀ ମୂଲ୍ୟରେ ବୃଦ୍ଧି ଘଟିଛି । କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏହା ଉପରେ ଚିନ୍ତା ପ୍ରକଟ କରିବା ସହ ଭାରତ ଆର୍ଥିକ ସଂକଟର ସାମ୍ନା କରୁଛି ବୋଲି କହିଛନ୍ତି । ବହୁମାତ୍ରାରେ ତେଲ ଆମଦାନୀ ଏବଂ ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟରେ ହ୍ରାସ ଯୋଗୁଁ ଦେଶ ଆର୍ଥିକ ସଂକଟର ସାମ୍ନା କରୁଛି ବୋଲି ସେ ଗୁରୁବାର ନିଜ ଯୁକ୍ତିରେ ଦର୍ଶାଇଥିଲେ ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories