www.samajalive.in
Thursday, December 11, 2025
14.1 C
Bhubaneswar

ଖୁବ୍‍ଶୀଘ୍ର ଅନଲାଇନରେ ୭ ଅପରାଧର ଏଫ୍‍ଆଇ୍‍ଆର୍‍ ରୁଜୁ ହେବ

ନୂଆଦିଲ୍ଲୀ : ଖୁବ୍‍ଶୀଘ୍ର ୭ ଅପରାଧ, ଏହି ସମ୍ପର୍କିତ ସେବାର ଅଭିଯୋଗ ଏବଂ ଏଫ୍‍ଆଇ୍‍ଆର୍‍ ଅନଲାଇନରେ ରୁଜୁ ହେବ। କେନ୍ଦ୍ର ସରକାର ଏନେଇ ସବୁ ରାଜ୍ୟରେ ‘ନାଗରିକ କେନ୍ଦ୍ରିତ ପୋର୍ଟାଲ’ ଆରମ୍ଭ କରିବେ। ଲୋକେ ଏହି ପୋର୍ଟାଲ ମାଧ୍ୟମରେ ଘରୋଇ ସହାୟକ, ଡ୍ରାଇଭର ଏବଂ ଭଡ଼ାଟିଆଙ୍କ ଅତୀତ ସମ୍ପର୍କିତ ତଥ୍ୟ ହାସଲ କରିପାରିବେ। ଏହାଦ୍ୱାରା ଲୋକେ ପୁଲିସ୍‍ ଥାନାକୁ ଯାଇ ସମୟ ନଷ୍ଟ କରିବା ବଦଳରେ ଆବଶ୍ୟକ ତଥ୍ୟ ପୋର୍ଟାଲରୁ ପାଇପାରିବେ ଓ ଅଭିଯୋଗ ରୁଜୁ କରିପାରିବେ ବୋଲି ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ‘ନାଗରିକ କେନ୍ଦ୍ରିତ ପୋର୍ଟାଲ’ ପ୍ରସ୍ତୁତ ହୋଇସାରିଛି ଓ ଖୁବ୍‍ଶୀଘ୍ର ଏହି ସେବା ଆରମ୍ଭ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଗୃହ ବ୍ୟାପାର ମନ୍ତ୍ରାଳୟ (ଏମ୍‍ଏଚ୍‍ଏ)ର ‘ସ୍ମାଟ ପୁଲିସ୍‍’ ବ୍ୟବସ୍ଥା ଅନୁସାରେ ଏହି ପୋର୍ଟାଲ ଆରମ୍ଭ କରିବାକୁ ଯୋଜନା ହୋଇଥିଲା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ପରିକଳ୍ପନା କରିଥିଲେ ବୋଲି କୁହାଯାଇଛି। ୩୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୭ ଅପରାଧ ଓ ଏହି ସମ୍ପର୍କିତ ସେବା ଯଥାକ୍ରମେ ଘରୋଇ ସହାୟକ, ଭଡ଼ାଟିଆ, ନର୍ସ, ସର୍ବଜନୀନ କାର୍ଯ୍ୟକ୍ରମର ଆୟାଜନର ଅନୁମତି, ଗାଡ଼ି ଚୋରି, ପାଇଥିବା ଓ ହଜାଇଥିବା ସାମଗ୍ରୀ କିମ୍ବା ଜିନିଷ ନେଇ ତଥ୍ୟ ପ୍ରଦାନ, ଅଭିଯୋଗ ଏବଂ ଏଫଆଇଆର ରୁଜୁ କରିହେବ। ଅପରାଧିକ ତଦନ୍ତକୁ ନାଗରିକ ଅନୁକୂଳ କରିବା ପାଇଁ ଏହି ସେବା ଆରମ୍ଭ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଗୁଆହାଟିରେ ସବୁ ରାଜ୍ୟ ପୁଲିସ୍‍ ପ୍ରମୁଖଙ୍କ ବାର୍ଷିକ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ସ୍ମାର୍ଟ ପୁଲିସ୍‍ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ତାହାର ଏକ ପରିକଳ୍ପନା ଅନୁଯାୟୀ ଅନଲାଇନ୍‍ ଅଭିଯୋଗ ଏବଂ ଏଫଆଇଆର ରୁଜୁ ବ୍ୟବସ୍ଥା ଆରମ୍ଭ କରାଯାଉଛି ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରକାଶ କରିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories