www.samajalive.in
Tuesday, December 9, 2025
16.1 C
Bhubaneswar

ଚାଇନିଜ୍‍ ତାଇପେ ଓପନ୍‍ : ଜୟରାମ, ସୌରଭଙ୍କ ଉପରେ ସମସ୍ତଙ୍କ ନଜର

ତାଇପେ ସିଟି : ମଙ୍ଗଳବାରରୁ ଏଠାରେ ଆରମ୍ଭ ହେବାକୁ ଯାଉଥିବା ଚାଇନିଜ୍‍ ତାଇପେ ଓପନ୍‍ ବ୍ୟାଡମିଣ୍ଟନ୍‍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳି ଅଜୟ ଜୟରାମ ଓ ସୌରଭ ବର୍ମା କିଭଳି ପ୍ରଦର୍ଶନ କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଆସନ୍ତା ୧୬ରୁ ଡେନମାର୍କ ଓପନ୍‍ ଓ ୨୩ରୁ ଫ୍ରେଞ୍ଚ୍‍ ଓପନ୍‍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଥିବାରୁ ତାରକା ଖେଳାଳି ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ଚାଇନିଜ୍‍ ତାଇପେ ଓପନରେ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଜଂଘରେ ମାଂସପେଶୀଜନିତ ଆଘାତ କାରଣୁ ବେଶ୍‍ କିଛିଦିନ ହେବ ବ୍ୟାଡମିଣ୍ଟନ ଜଗତରୁ ଦୂରେଇ ରହିବା ପରେ ଜୟରାମ ଭିଏତନାମ ଓପନ୍‍ ଏବଂ ୱାଇଟ୍‍ ନାଇଟ୍‍ସ ବ୍ୟାଡମିଣ୍ଟନ୍‍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। ତାଇପେ ଓପନ୍‍ର ପ୍ରଥମ ରାଉଣ୍ଡରେ ଜୟରାମଙ୍କ ମୁକାବିଲା ଜାପାନର ହାସିରୁ ସିମୋନାଙ୍କ ସହ ହେବ। ଅନ୍ୟପକ୍ଷରେ ବିଶ୍ୱ ମାନ୍ୟତାରେ ୬୫ ନଂରେ ଥିବା ସୌରଭ ଗତ ଜୁଲାଇରେ ରୁଷିଆ ଓପନ୍‍ ଚମ୍ପିଆନ୍‍ ହୋଇଥିଲେ। ତାଇପେ ଓପନ୍‍ର ପ୍ରଥମ ରାଉଣ୍ଡରେ ତାଙ୍କ ମୁକାବିଲା ଚାଇନିଜ୍‍ ତାଇପେର ଲି ଚିଆଓ ହାଓଙ୍କ ସହ ହେବ। ଅନ୍ୟତମ ଭାରତୀୟ ଖେଳାଳି ରାହୁଲ ଯାଦବଙ୍କ ମୁକାବିଲା ପ୍ରଥମ ରାଉଣ୍ଡରେ ତାଇୱାନ୍‍ର ଲୁ ଚିଆ ହୁଙ୍ଗଙ୍କ ସହ ହେବାକୁ ଥିବା ବେଳେ ଅଭିଷେକ େଓଲିଗାର୍‍ଙ୍କ ମୁକାବିଲା ୫ମ ସିଡ୍‍ ଜାନ୍‍ ଓ ଜର୍ଜେସନ୍‍ଙ୍କ ସହ ହେବ।
ମହିଳା ସିଙ୍ଗଲ୍‍ସର ପ୍ରଥମ ରାଉଣ୍ଡରେ ଭାରତର ସାଇ ଉତେଜିଥା ରାଓ ଚୁକାଙ୍କ ମୁକାବିଲା ତାଇପେ ଖେଳାଳି ଚିଆଙ୍ଗ ୟାଙ୍ଗ ଲିଙ୍କ ସହ ହେବ। ସେହିପରି ମୁଗ୍ଧାଙ୍କ ମୁକାବିଲା ପ୍ରଥମ ରାଉଣ୍ଡରେ ୭ମ ସିଡ୍‍ ସୋନିଆ ଚେହା ଓ ଶ୍ରୀକୃଷ୍ଣପ୍ରିୟା କୁଦାରାଭାଲିଙ୍କ ମୁକାବିଲା ଲି ୟାଙ୍ଗ ଚୁନ୍‍ଙ୍କ ସହ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories