www.samajalive.in
Wednesday, December 10, 2025
23.1 C
Bhubaneswar

ଏଏସ୍‍ଜି ପି.ଏସ୍‍ ନରସିଂହଙ୍କ ଇସ୍ତଫା

ନୂଆଦିଲ୍ଲୀ : ଭାରତର ଅତିରିକ୍ତ ସଲିସିଟର ଜେନେରାଲ(ଏଏସ୍‍ଜି) ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ପି.ଏସ୍‍ ନରସିଂହ ଇସ୍ତଫା ଦେଇଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ ଓ ଏହା ୨୦୨୦ ଜୁନ୍‍ରେ ଶେଷ ହେବାକୁ ଥିଲା। ଆଇନ ମନ୍ତ୍ରଣାଳୟ ସୂତ୍ରର ମିଳିଥିବା ଖବର ଅନୁଯାୟୀ, ସେ ଗତ ମାସରେ ତାଙ୍କର ଇସ୍ତଫାପତ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ନିକଟକୁ ପଠାଇଛନ୍ତି। ପଦ ଛାଡ଼ିବା ନେଇ ସେ ତିନି ମାସିଆ ନୋଟିସ ଦେଇଛନ୍ତି ଓ ଡିସେମ୍ବର ୧୫ ସୁଦ୍ଧା ସେ କାର୍ଯ୍ୟାଳୟ ଖାଲି କରିବେ ବୋଲି ଦର୍ଶାଇଛନ୍ତି; କିନ୍ତୁ ସରକାରଙ୍କ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ସଫଳ ପରିଚାଳନା କରିଥିବା ନରସିଂହଙ୍କ ଇସ୍ତଫା ଗ୍ରହଣ କରାଯିବ କି ନାହିଁ ସେ ସମ୍ପର୍କରେ ଏବେ ସୁଦ୍ଧା ଉଚ୍ଚ ମହଲରେ ବିଚାରବିମର୍ଶ ଚାଲିଛି। ଇତିମଧ୍ୟରେ ଏଏସ୍‍ଜିଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନକୁ ସେ ଖାଲି କରିଦେଇଛନ୍ତି। ନରସିଂହଙ୍କ ଇସ୍ତଫା ଗୃହୀତ ହେଲେ ମନିନ୍ଦର ସିଂହ, ତୁଷାର ମେହତା, ପିଙ୍କି ଆନନ୍ଦ, ଆତ୍ମାରାମ ନାଦକର୍ଣ୍ଣୀ, ଅମନ ଲେଖୀ ଓ ବିକ୍ରମଜିତ୍‍ ବାନାର୍ଜୀଙ୍କୁ ନେଇ ଆଉ ୬ଜଣ ଏଏସ୍‍ଜି ପଦରେ ରହିବେ। ଅଗଷ୍ଟ ମାସରେ ଅନ୍ୟତମ ଏଏସ୍‍ଜି ସନ୍ଦୀପ ସେଠୀ ନିଜ ପଦରୁ ଇସ୍ତଫା ଦେଇଥିଲେ; ଯାହାକୁ ସରକାର ଗ୍ରହଣ କରିନେଇଥିଲେ। ସଲିସିଟର ଜେନେରାଲ(ଏସ୍‍ଜି) ପଦ ଗତ ଡିସେମ୍ବରରୁ ଶୂନ୍ୟ ପଡ଼ିଛି। ଏସ୍‍ଜି ରଞ୍ଜିତ କୁମାରଙ୍କ ଇସ୍ତଫା ପରେ ସରକାର ଅଦ୍ୟାବଧି କାହାକୁ ନିଯୁକ୍ତି ଦେବାରେ ସକ୍ଷମ ହୋଇନାହାନ୍ତି। ଏ ନେଇ କୌଣସି ଉଦ୍ୟମ ମଧ୍ୟ ହୋଇ ନଥିବା ଜଣାପଡ଼ିଛି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories