ପବିତ୍ର ଘୋଷଯାତ୍ରାର ସିଧା ପ୍ରସାରଣ କରିବ ଦୂରଦର୍ଶନ

ଡେସ୍କ: ଚଳିତ ଜୁଲାଇ ୭ ତାରିଖ ରବିବାର ଦିନ ଶ୍ରୀଜୀଉମାନଙ୍କର ପବିତ୍ର ଘୋଷଯାତ୍ରା ଅବସରରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ ଘୋଷଯାତ୍ରାର ସିଧାପ୍ରସାରଣ କରିବ। ଉନ୍ନ‌ତମାନର ଅତ୍ୟାଧୁନିକ ପ୍ରସାରଣ ଉପକରଣ ଦ୍ୱାରା ହାଇ ରିଜୋଲ୍ୟୁସନ ଚିତ୍ର ଉତ୍ତୋଳନ କରାଯାଇ ଅଗଣିତ ଦର୍ଶକମାନଙ୍କ ଦର୍ଶନ ନିମନ୍ତେ ନିରବଚ୍ଛିନ୍ନ ଭାବେ ପ୍ରସାରଣ କରାଯିବ ବୋଲି ଦୂରଦର୍ଶନ କାର୍ଯ୍ୟକ୍ରମ ମୁଖ୍ୟ ଦେବାଶିଷ ହାଲଦାର ସୂଚନା ଦେଇଛନ୍ତି।

କୌଣସି ପ୍ରକାର ଆତଙ୍କବାଦ ଓ ଏହାର ରୂପରେଖ ଅକ୍ଷମଣୀୟ – ପ୍ରଧାନମନ୍ତ୍ରୀ ମୋଦୀ

ଘୋଷଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ସିଧାସଳଖ ଦର୍ଶକମାନଙ୍କ ନିକଟରେ ପରିବେଷଣ କରିବେ ଉଦ୍‌ଘୋଷକ ଡା. କୃଷ୍ଣକେଶବ ଷଡ଼ଙ୍ଗୀ, ଡ. ମୃତ୍ୟୁଞ୍ଜୟ ରଥ, ପଦ୍ମନାଭ ତ୍ରିପାଠୀ, ପଣ୍ଡିତ ମାତୃପ୍ରସାଦ ମିଶ୍ର ଓ ଡ. କଲ୍ୟାଣୀ ନନ୍ଦୀ। ଡିଡି ଓଡ଼ିଆରେ ସିଧାପ୍ରସାରଣ ଜୁଲାଇ ୭ ତାରିଖ ଦିନ ସକାଳ ୯ଟାରୁ ଆରମ୍ଭ ହେବା ସହିତ ସକାଳ ୧୦ଟାରୁ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାରେ ଡିଡି ଭାରତୀରେ ପ୍ରସାରଣର ବ୍ୟବସ୍ଥା କରାଯାଇଛି। ଏହି ପ୍ରସାରଣ ଡିଡି ଓଡ଼ିଆ ଏବଂ ଡିଡି ନ୍ୟାସନାଲ ୟୁଟ୍ୟୁବ ଚାନେଲ୍‌ରେ ସକାଳ ୯ଟାରୁ ଲାଇଭ ଷ୍ଟ୍ରିମିଙ୍ଗ୍ ମାଧ୍ୟମରେ ଉପଲବ୍ଧ ହେବ।

୯୦ ଦିନରେ ୬ ସୂତ୍ରୀ ଲକ୍ଷ୍ୟ, ସମ୍ପୂର୍ଣ୍ଣତା ଅଭିଯାନରେ ବଦଳିବ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକର ନକ୍ସା

ନୀତି ଅନୁଯାୟୀ ଶ୍ରୀଜୀଉଙ୍କର ରଥଯାତ୍ରା ଏଥର ଦୁଇଦିନ ଧରି ଅନୁଷ୍ଠିତ ହେଉଥିବାରୁ, ଜୁଲାଇ ୮ ତାରିଖ ଦିନ ମଧ୍ୟ ସକାଳ ୮.୩୦ରୁ ରଥଟଣାର ସିଧା ପ୍ରସାରଣ କରାଯିବ। ସେହିପରି ୯ ତାରିଖରେ ଆଡ଼ପମଣ୍ଡପ ବିଜେ, ୧୫ ତାରିଖରେ ବାହୁଡ଼ା ଯାତ୍ରା, ୧୬ରେ ସୁନାବେଶ, ୧୭ରେ ଅଧରପଣା ଏବଂ ୧୮ ତାରିଖରେ ନୀଳାଦ୍ରିବିଜେର ସିଧା ପ୍ରସାରଣ ନିମନ୍ତେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ଵର ପକ୍ଷ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସିକିମ ପରିସ୍ଥିତି ଗମ୍ଭୀର – ରିଲିଫ କାର୍ଯ୍ୟରେ ସେନା ସାମିଲ

Comments are closed.