www.samajalive.in
Saturday, December 6, 2025
26.1 C
Bhubaneswar

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଚାରିଛକ୍: ପୁରୁଣା କଟକର ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ସମନ୍ଵୟରେ ପ୍ରାୟ ୮୦ଟି ବୃକ୍ଷ ରୋପଣ କରାଯାଇଛି। ଜାତୀୟ ସେବା ଯୋଜନାର ଅଧିକାରୀ ରଞ୍ଜିତ କୁମାର ସାମଲ ଓ ସ୍ଵାମୀ ବିବେକାନନ୍ଦ ଲୋକ ସଂସଦର ସଂଯୋଜକ ଡ଼ ପ୍ରମୋଦ କୁମାର ମହାପାତ୍ରଙ୍କ ତତ୍ତ୍ଵାବଧାନରେ କାର୍ୟ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବୃକ୍ଷ ପ୍ରେମି ଝଡିଆ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ ଉପରେ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ପରିସରରେ ଆମ୍ବ, ଜାମୁ, ଅଁଳା, ବେଲ, ସୁନାରି, କଦମ୍ବ,ପଣସ,କାଜୁ ଇତ୍ୟାଦି ବୃକ୍ଷ ରୋପଣ କରାଯାଇଛି। ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଲଳିତ ମେହେର, ସୁରେଶ୍ଵର ଯୋଶୀ, ପୀତବାସ ମେହେର ଅଧ୍ୟାପିକା ସୁଷମା ରାଣୀ ବହିଦାର, ସୁଭ୍ରା ମଲ୍ଲିକା ପ୍ରଧାନ, ପୁଜା ରାଣୀ ଦେଓ, ଦମୟନ୍ତୀ ନାୟକଙ୍କ ସମେତ ଅଭିମନ୍ୟୁ ସାହୁ, ସୁଧାଂଶୁ ପ୍ରଧାନ, ବିନୋଦ ଭୋକ୍ତା ଓ ସମସ୍ତ କର୍ମଚାରୀ, ଛାତ୍ର ଛାତ୍ରୀ ଯୋଗ ଦେଇ କାର୍ୟ୍ୟକ୍ରମକୁ ସଫଳ କରିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories