www.samajalive.in
Saturday, December 6, 2025
26.1 C
Bhubaneswar

ବାଉଁଶୁଣୀରେ ମେଗା ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ

ବାଉଁଶୁଣୀ: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ମା ମାହେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ୍ ଏସ ଏସ୍ କୋ-ୟୁନିଟ, ଶ୍ରୀ ସତ୍ୟସାଇ ସେବା କେନ୍ଦ୍ର ବୌଦ୍ଧର ମିଳିତ ଆନୁକୁଲ୍ୟରେ “ମା ପାଇଁ ଗଛଟିଏ” ନାରା ସହିତ ବନ ମହୋତ୍ସବ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ର ଛାତ୍ରୀ, ସ୍ୱେଚ୍ଛାସେବୀ, ଶିକ୍ଷକ ଓ କର୍ମରରୀ ତଥା ଶ୍ରୀ ସତ୍ୟସାଇ ସେବାକେନ୍ଦ୍ରର କର୍ମକର୍ତା ଏଥିରେ ସାମିଲ ହୋଇ ଶହେଟି ଚାରା ରୋପଣ କରି ଜଳ ସିଞ୍ଚନ କରିଥିଲେ। ବୃକ୍ଷ ରୋପଣ କାର୍ୟ୍ୟକ୍ରମକୁ ଏନ୍.ଏସ୍.ଏସ୍.ର ପ୍ରୋଗ୍ରାମ ଅଫିସର ଡକ୍ଟର ଉମାକାନ୍ତ ବିଶ୍ବାଳ ପ୍ରତ୍ୟକ୍ଷ ରୂପେ ସଞ୍ଚାଳନ କରିଥିଲେ। ବୃକ୍ଷରୋପଣ ପରେ ପରେ ବିଦ୍ୟାଳୟର ଅଧ୍ୟକ୍ଷ ମାନଭଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାଣୀ ଚିକିତ୍ସକ ତଥା ସତ୍ୟସାଇ ସେବାକେନ୍ଦ୍ରର ସଭାପତି ଡକ୍ଟର ପ୍ରିୟବ୍ରତ ବେହେରା ଛାତ୍ର ଛାତ୍ରୀମାନଙ୍କୁ ବୃକ୍ଷର ଆବଶ୍ୟକତା ଓ ରକ୍ଷଣାବେକ୍ଷଣ ଉପରେ ଏକ ସାରଗର୍ଭକ ତଥା ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ନିଜସ୍ଵ ମତ ପ୍ରଦାନ କରିଥିଲେ। ଡକ୍ଟର ଉମାକାନ୍ତ ବିଶ୍ଵାଳ ସଭା ପରିଚାଳନା କରିଥିଲେ ଏବଂ ଶ୍ରୀସତ୍ୟସାଇ ସେବାକେନ୍ଦ୍ରକୁ ଧନ୍ୟବାଦ ଦେଇ ଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories