ସମ୍ବଲପୁର: ସମ୍ବଲପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି। ସ୍ଥାନୀୟ ପୋତାପାଲି ଗ୍ରାମରେ ଥିବା ନର୍ସରୀ ଠାରେ ବନ ମହୋତ୍ସବ ପାଳନ ଅବସରରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷା ପ୍ରଜ୍ଞା ପାଣିଗ୍ରାହୀ, ଭିଜିଲାନ୍ସ ଜଜ ଧନୁର୍ଦ୍ଧର ସେନାପତି, ପାରିବାରିକ ଜଜ ରୀନା ଚୌଧୁରୀ, ପ୍ରାଧିକରଣର ସଚିବ ସୌମ୍ୟା ପ୍ରଧାନଙ୍କ ସମେତ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
Popular Categories



