www.samajalive.in
Saturday, December 6, 2025
23.1 C
Bhubaneswar

ହାଥ୍‌ରସ ଦଳାଚକଟା ଘଟଣା; ୧୪ଦିନିଆ ହାଜତକୁ ଗଲା ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ହାଥ୍‌ରସ ଦଳାଚକଟା ଘଟଣା । ଗିରଫ ମୁଖ୍ୟ ଅଭିଯୁକ୍ତ ଦେବପ୍ରକାଶ ମଧୁକରଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମଧୁକରଙ୍କୁ ଶୁକ୍ରବାର ରାତିରେ ଗିରଫ କରାଯାଇଥିବାବେଳେ ଶନିବାର ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ପୁଲିସର ଆବେଦନ ଆଧାରରେ ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ମଧୁକରଙ୍କ ଓକିଲ ଏପି ସିଂହ କହିଛନ୍ତି ଯେ ତାଙ୍କ ମହକିଲ ଦିଲ୍ଲୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ହାଥ୍‌ରସରେ ଭୋଲେ ବାବାଙ୍କ ସତ୍‌ସଙ୍ଗରେ ଯେଉଁ ଦଳାଚକଟା ହୋଇଥିଲା ତା’ର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମଧୁକର। ମଧୁରକର ହେଉଛନ୍ତି ଭୋଲେ ବାବା ଓରଫ୍‌ ନାରାୟଣ ସାକାର ହରିଙ୍କ ମୁଖ୍ୟ ସେବାଦାର। ମୁଖ୍ୟ ସେବାଦାର ଭାବେ ମଧୁକର ସତ୍‌ସଙ୍ଗ ଆୟୋଜନ କରିଥିଲେ। ଜୁଲାଇ ୨ରେ ହୋଇଥିବା ଏହି ସତ୍‌ସଙ୍ଗରେ ଦଳାଚକଟା ହୋଇ ୧୨୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମଧୁକରଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ସନ୍ଦିଗ୍ଧ ରାମପ୍ରକାଶ ସାକ୍ଷ୍ୟ ଓ ସଞ୍ଜୁ ଯାଦବଙ୍କୁ ପୁଲିସ ଅଟକ ରଖିଛି। ତେବେ ଭୋଲେ ବାବା ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି। ତେବେ ଭୋଲେ ବାବା ଶନିବାର ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ ଏକ ଅଜ୍ଞାତ ସ୍ଥାନରୁ କହିଛନ୍ତି ଯେ ହାଥରସ ଘଟଣାକୁ ନେଇ ସେ ଅତ୍ୟନ୍ତ ମର୍ମାହତ। ଏହି ଘଟଣାରେ ପୀଡିତ ଓ ପ୍ରଭାବିତ ପରିବାରଙ୍କୁ ନ୍ୟାୟପାଳିକା ଉପରେ ବିଶ୍ବାସ ରଖିବାକୁ କହିଛନ୍ତି। ମଧୁକର ଗିରଫ ହେବାର କିଛି ଘଣ୍ଟା ପରେ ସେ ଏପରି କହିଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories