www.samajalive.in
Sunday, December 7, 2025
26.1 C
Bhubaneswar

ଛତ୍ରଙ୍ଗରେ ଜିଲ୍ଲା ଶ୍ରମ ବିଭାଗର ଶ୍ରମିକ କାର୍ଡ ଯାଞ୍ଚ ପ୍ରକ୍ରିୟା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ଛତ୍ରଙ୍ଗ ପଞ୍ଚାୟତ କାର୍ୟ୍ୟଳୟ ପରିସରରେ ଜିଲ୍ଲା ଶ୍ରମବିଭାଗ ପକ୍ଷରୁ ଶ୍ରମିକଙ୍କ କାର୍ଡ ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରମିକଙ୍କ ନୂତନ କାର୍ଡ ପାଇଥିବା ଓ ପୁରାତନ କାର୍ଡର ନବୀକରଣ ଉପରେ ଯାଞ୍ଚ କରାଯିବା ସହ ଶ୍ରମିକଙ୍କୁ ସରକାରଙ୍କ ବିଭିନ୍ନ ସହାୟତା ରାଶି ଉପରେ ସଚେତନତା କରାଯାଇଥିଲା। ପରେ ଜିଲ୍ଲା ଶ୍ରମ ବିଭାଗର ଅଧିକାରୀ ମାନେ ବ୍ଲକର ଉପାନ୍ତ ଅଞ୍ଚଳ ପରିଦର୍ଶନରେ ପହଁଚି ସିଧାସଳଖ ଶ୍ରମିକଙ୍କ ସହ ଆଲୋଚନା କରିବା ଏବଂ ବିଭିନ୍ନ ସହାୟତା ରାଶି ଉପରେ ଶ୍ରମିକଙ୍କୁ ବୁଝାଇଥିଲେ। ଏହି କାର୍ୟ୍ୟକ୍ରମରେ ବୌଦ୍ଧ ଜିଲ୍ଲା ଶ୍ରମ ବିଭାଗର ସହକାରୀ ଶ୍ରମ ଅଧିକାରୀ ଜ୍ୟୋତି ରଞ୍ଜନ ବାରିକ, କନ୍ୟା କୁମାରୀ ସାହୁଙ୍କ ସମେତ କାଁହୁ ଚରଣ ମହାରଣା, ଶ୍ରମିକ ନେତା ଅଶୋକ ମିଶ୍ର, ଉପସ୍ଥିତ ଥିବା ବେଳେ ବ୍ଲକର ଆଡ଼େନିଗଡ଼, ତଳଗକ୍ଷ, ତିଲେଶ୍ଵର, ହରଭଙ୍ଗା, ଛତ୍ରଙ୍ଗ, ମହାଳିକ ପଡା, କୁସଙ୍ଗ, ସଂକୁଳେଇ, ଆଦି ବିଭିନ୍ନ ସ୍ଥାନରୁ ଶ୍ରମିକ ମାନେ ଯୋଗ ଦେଇଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories