www.samajalive.in
Sunday, December 14, 2025
26.1 C
Bhubaneswar

ସ୍ଵଚ୍ଛତା ହିଁ ସେବା ଓ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି: ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ର ଯୁବ ରେଡକ୍ରସ ଏକକ ତରଫରୁ ସ୍ଵଚ୍ଛତା ହିଁ ସେବା ଓ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛିଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଉଦଘାଟନ  କରିଥିଲେ। ଯୁବ ରେଡକ୍ରସ ଉପଦେଷ୍ଟା ଡକ୍ଟର ନେପାଳ ସେଠୀ ଙ୍କ ତତ୍ତ୍ଵାବଧାନରେ ଯୁବ ରେଡକ୍ରସ ଏକକ ର ଶତାଧିକ ସ୍ବେଚ୍ଛାସେବୀ ମହାବିଦ୍ୟାଳୟ ର ପରିସରକୁ ସଫା କରିଥିଲେ। ସେହିପରି ମା ପାଇଁ ଗଛଟିଏ କାର୍ଯକ୍ରମ ରେ ମହାବିଦ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା।

ଏହି ଅବସରରେ ଅଧ୍ୟକ୍ଷ ଉଦବୋଧନ ଦେଇ କହିଥିଲେ ପରିବେଶ ସ୍ୱଚ୍ଛ ରହିଲେ ସମସ୍ତେ ନିରୋଗ ରହିବା , ସେହିପରି ପରିବେଶ କୁ ସନ୍ତୁଳିତ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ଗଛଟିଏ ନିଶ୍ଚୟ ଲଗାଇବା ଉଚିତ୍। କାରଣ ଆସୁନ୍ତଳିତ ପରିବେଶ ଯୋଗୁଁ ଋତୁ ଚକ୍ରରେ ବ୍ୟାପକ ପରିବର୍ତ୍ତନ ହେଉଛି, ଅନିୟମିତ ବର୍ଷା , ଅସହ୍ୟ ଗରମ ଯୋଗୁଁ ଜୀବ ଜଗତ ତ୍ରାହି ତ୍ରାହି କରୁଛି। ପ୍ରକୃତି ଆମକୁ ଯାହା ଦେଇଥିଲା, ବର୍ତ୍ତମାନ ଆମେ ତାକୁ ଫେରାଇବା ସମୟ ଆସିଛି। ଆଜିଠୁ ସଜାଗ ନହେଲେ ଜୀବ ଜଗତ ଧ୍ଵଂସ ପାଇଯିବ।

- Advertisement -

ଏଣୁ ପୃଥିବୀ ମା ର ନାମରେ ନିଶ୍ଚୟ ଗଛ ଟିଏ ଲଗାନ୍ତୁ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଯୁଧିଷ୍ଠିର ବେହେରା, ସୋମନାଥ ମେହେର, ରାଜୀବ ମେହେର,ଅଧ୍ୟାପିକା ସୁନନ୍ଦା ରଥ, ରଶ୍ମୀ ରମିତା ମେହେର, ଲିପାନିତା ପାଧlନ , ନିରବତି ପାଧlନ , ଖେଳ ଶିକ୍ଷୟତ୍ରୀ ରଞ୍ଜୁ ବଞ୍ଛୋର୍, ସମସ୍ତ ଅଣ ଶିକ୍ଷକ କର୍ମଚାରୀ, କାର୍ଯକ୍ରମ କୁ ସଫଳ କରିବାରେ ସାହାଯ୍ୟ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories