www.samajalive.in
Sunday, December 14, 2025
14.1 C
Bhubaneswar

କଳିଙ୍ଗ ଲାନ୍ସର୍ସ ଦଳର ସମ୍ପୂର୍ଣ୍ଣ ମାଲିକାନା ହାସଲ କଲା ବେଦାନ୍ତ

ନୂଆଦିଲ୍ଲୀ – ଓଡ଼ିଶାରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଲିମିଟେଡ୍ ଦୀର୍ଘଦିନର ପ୍ରତିଶ୍ରୁତିକୁ ଦୃଢ଼ କରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ପ୍ରମୁଖ ହକି ଦଳ କଳିଙ୍ଗ ଲାନ୍ସର୍ସକୁ ଅଧିଗ୍ରହଣ କରିବାକୁ ଘୋଷଣା କରିଛି ।
ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଜାତୀୟ ରାଜଧାନୀରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଏହି ଅଧିଗ୍ରହଣ ଅତ୍ୟନ୍ତ ଗୁରୁତ୍ୱବହନ କରୁଛି, କାରଣ ଓଡ଼ିଶା ଏପରି ଏକ କ୍ଷେତ୍ର ଭାବେ ଜଣାଶୁଣା, ଯେଉଁଠାରେ ବେଦାନ୍ତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ର୍ନିବାହ କରିଆସୁଛି ।

ଉଲ୍ଲେଖଯୋଗ୍ୟ, ପୂର୍ବତନ ଏଚ୍‌ଆଇଏଲ୍ ଚାମ୍ପିୟନ ‘କଳିଙ୍ଗ ଲାନ୍ସର୍ସ’ ପୂର୍ବରୁ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍କୋ୍) ଏବଂ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍‌)ର ସହ-ମାଲିକାନାରେ ଥିବା ବେଳେ ବେଦାନ୍ତ ଆଲୁମିନିୟମ୍ ଏବେ ଦଳର ଉତ୍କର୍ଷତାର ପରମ୍ପରାକୁ ଆହୁରି ସୁଦୃଢ଼ କରିବା ଏବଂ ଭବିଷ୍ୟତରେ ଏଚ୍‌ଆଇଏଲ୍ ଋତୁରେ ନିଜର ସ୍ଥିତିକୁ ଉନ୍ନତ କରିବା ଲକ୍ଷ୍ୟରେ ପୂର୍ଣ୍ଣ ମାଲିକାନା ଗ୍ରହଣ କରିଛି ।
ବେଦାନ୍ତ ଲିମିଟେଡର ଅଣ-କାର‌୍ୟ୍ୟର୍ନିବାହୀ ନିର୍ଦେଶକ ତଥା ହିନ୍ଦୁସ୍ତାନ ଜିଙ୍କ ଅଧ୍ୟକ୍ଷା ପ୍ରିୟା ଅଗ୍ରୱାଲ ହେବର କହିଛନ୍ତି ଯେ ବେଦାନ୍ତରେ ଆମେ ଭାରତକୁ ଏକ ବିଶ୍ୱ କ୍ରୀଡ଼ା ଶକ୍ତିରେ ପରିଣତ କରିବାକୁ ପ୍ରତିଶ୍ରୁତିବଦ୍ଧ । ନିକଟରେ ହୋଇଥିବା ଅଲିମ୍ପିକ୍ସ ବିଜୟ ଏହାର ସାମର୍ଥ୍ୟକୁ ଆହୁରି ଉଜ୍ଜ୍ୱଳ କରିବା ସହ ହକି ଭାରତର କ୍ରୀଡ଼ା ସଫଳତାର ଅନ୍ୟତମ ସ୍ତମ୍ଭ ପାଲଟିଛି ।

- Advertisement -

କଳିଙ୍ଗ ଲାନ୍ସର୍ସକୁ ଅଧିଗ୍ରହଣ କରିବା ପରେ ଆମେ କେବଳ ଦଳରେ ନୁହେଁ, ଭାରତୀୟ ହକିର ଭବିଷ୍ୟତରେ ମଧ୍ୟ ନିବେଶ କରୁଛୁ । ଉନ୍ନତ ଭିତ୍ତିଭୂମି, ତୃଣମୂଳ ସ୍ତରର ପ୍ରତିଭା ସନ୍ଧାନ ଏବଂ କେନ୍ଦ୍ରୀଭୂତ ପ୍ରଶିକ୍ଷଣ ମାଧ୍ୟମରେ ଆମେ ଏକ ନୂତନ ପିଢ଼ିର ଆଥଲେଟମାନଙ୍କୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ, ଯେଉଁମାନେ ବିଶ୍ୱରେ ଗର୍ବର ସହ ଭାରତକୁ ପ୍ରତିନିଧିତ୍ୱ କରିବେ ବୋଲି ଶ୍ରୀମତୀ ହେବର କହିଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories