www.samajalive.in
Monday, December 15, 2025
15.1 C
Bhubaneswar

ସଡ଼କ ଭିତ୍ତିଭୂମି ସୁଦୃଢ ସହଟ୍ରାଫିକ୍ ପରିଚାଳନା ସୁବ୍ୟବସ୍ଥିତ ହେବ, ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ନୀତିହେବ ସ୍ତିରୀକୃତ

ଭୁବନେଶ୍ୱର: ରାଜ୍ୟରେ ପୂର୍ତ୍ତ, ଜଳ ସଂପଦ,ଗ୍ରାମ୍ୟ ଉନ୍ନୟନ,ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷଆଦି ଦ୍ୱାରା  ନିର୍ମିତ ହୋଇଥିବା ଓ ନିର୍ମାଣ ହେବାକୁ ଥିବା ସଡକ ନେଟ୍‌ୱାର୍କର ସଫଳ କାର୍ଯ୍ୟକାରିତା ସଂପର୍କରେ ଓଡ଼ିଶା ରାଜ୍ୟ ସଡ଼କ ନୀତି ପ୍ରସ୍ତୁତି କରାଯିବାନେଇ ଗତ ଗୁରୁବାର ଲୋକ ସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ  ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ  ସୁଶୀଲ କୁମାର ଲୋହାନୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ  ବୀର ବିକ୍ରମ ଯାଦବ, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ବିଭାଗୀୟ ଉଚ୍ଚ ପଦାଧିକାରୀ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

- Advertisement -

ବୈଠକରେ ପୂର୍ତ୍ତ ବିଭାଗ ତରଫରୁ ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୪ରେ ରହିଥିବା ବିଭିନ୍ନ ବିଷୟ ଉପରେ ଉପସ୍ଥାପନ କରାଯାଇଥିଲା ।

ରାଜ୍ୟରେ ଥିବା ସଡ଼କ ଭିତ୍ତିଭୂମିରସୁଦୃଢ଼ୀ କରଣ ଓ ଟ୍ରାଫିକ୍ ଦୃଷ୍ଟିରୁ କ୍ଷମତା ବୃଦ୍ଧି କରିବା, ଟ୍ରାଫିକ୍‌ ପରିଚାଳନା ଦୃଷ୍ଟିରୁ ଯୋଗୁଁ ଗୋଟିଏ ବିଭାଗ ଦ୍ୱାରା ନିର୍ମିତ ଓ ପରିଚାଳିତ ରାସ୍ତା ଅନ୍ୟ ବିଭାଗକୁ ହସ୍ତାନ୍ତର କରାଯିବା ନିମନ୍ତେ ଆନ୍ତଃବିଭାଗୀୟ ସଡ଼କ ସ୍ଥାନାନ୍ତର ବ୍ୟବସ୍ଥା, ସଡ଼କ ରକ୍ଷଣା ବେକ୍ଷଣ ପାଇଁ ନିରନ୍ତରତା ଭିତ୍ତିରେ ପାଣ୍ଠି ଉପଲବ୍‌ଧ ହେବା, ସଡ଼କ ସୁରକ୍ଷାକୁ ନିଶ୍ଚିତ କରିବା  ଦୃଷ୍ଟିରୁ ଏହି ନୀତି ପ୍ରସ୍ତୁତିର ଆବଶ୍ୟକତା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏଥିପାଇଁ ଆନ୍ତଃବିଭାଗୀୟ ସଡ଼କ ସ୍ଥାନାନ୍ତର ନିମନ୍ତେ ମାର୍ଗଦର୍ଶିକା (ଏସଓପି) ରହିବା ସଂପର୍କରେ ମଧ୍ୟ ସବିଶେଷ ଆଲୋଚନା କରାଯାଇଛି ।

ସଡ଼କକ୍ଷେତ୍ରରେସଂସ୍ଥାଗତକ୍ଷମତାବୃଦ୍ଧି,  ସଡକ ଉନ୍ନତିକରଣରେ ଆବଶ୍ୟକସ୍ଥଳେ ବେସରକାରୀ କ୍ଷେତ୍ରର ଅଂଶଗ୍ରହଣ,ସଡ଼କ ବିକାଶରେ ନିରନ୍ତରତା ଏହିନୀତିର ଆଭିମୁଖ୍ୟ ରହିଛି।ସଡ଼କ ନିର୍ମାଣ କ୍ଷେତ୍ରରେ ଆଧୁନିକଜ୍ଞାନ କୌଶଳର ପ୍ରୟୋଗ ସହ  ଗୁଣାତ୍ମକମାନକୁ ନିଶ୍ଚିତ କରାଯିବ।

ଆଇ.ଆର୍.ସିନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ଶୈଳୀର ପ୍ରକାର ଭେଦ କିପରି ରହିବ, ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଏବେ ପୂର୍ତ୍ତ ବିଭାଗ ପକ୍ଷରୁ ସଡ଼କ ନେଟୱାର୍କ ଓ ସଡ଼କ ସମ୍ପତ୍ତିର ଜିଆଇଏସ୍-ରେଫରେନ୍ସିଂ ପାଇଁଓଡ଼ିଶା ରୋଡ୍ ଆସେଟ୍ ମ୍ୟାନେଜମେଣ୍ଟ ସିଷ୍ଟମ (ଓଆରଏଏମଏସ୍) ଭଳି ୱେବ୍-ଜିଆଇଏସ୍ ଭିତ୍ତିକ କଷ୍ଟମ-ବିଲ୍ଟ ଆପ୍ଲିକେସନ୍ କୁ ବ୍ୟବହାର କରାଯାଉଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ  ବିଭାଗୀୟ ରାସ୍ତାଗୁଡ଼ିକର ଜିଆଇଏସ୍-ରେଫରେନ୍ସିଂ ପାଇଁ ଏକ ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ବ୍ୟବହାର କରାଯାଉଛି। ବିଭିନ୍ନ ବିଭାଗ ଦ୍ୱାରା ନିର୍ମାଣ ହେଉଥିବା ସମସ୍ତ ରାସ୍ତାକୁ ଜିଆଇଏସ୍-ରେଫରେନ୍ସ ଆଧାରରେ ଏକ କେନ୍ଦ୍ରୀୟ ଡାଟାବେସ୍ ଜରିଆରେ ପରିଚାଳନା କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।

ଏହି ନୀତିରେ ପ୍ରମୁଖ କୋର ରୋଡ ନେଟ୍‌ ଓ୍ୱାର୍କମଧ୍ୟରେ ରହିଛି;ରାଜ୍ୟ ରାଜପଥ ଅତି କମରେ ୪ଲେନ୍‌ ବିଶିଷ୍ଟ ହେବା, ପ୍ରମୁଖ ଜିଲ୍ଲା ରାସ୍ତା ଏବଂ ଅନ୍ୟ ଜିଲ୍ଲା ରାସ୍ତା ୨ ଲେନ୍ ବିଶିଷ୍ଟ ହେବା, ଖଣି ଓ ଶିଳ୍ପ ଅଂଚଳରେ ୬ ଲେନ୍ ବିଶିଷ୍ଟ ରାସ୍ତା ସହିତ ଅତିରିକ୍ତ ୨ ଲେନ୍ ସର୍ଭିସ୍ ରୋଡ୍ ଏବଂ ତତ୍ ସହିତ ଡ୍ରେନ୍, ଟେଲିଫୋନ୍ ଲାଇନ ଆଦି  ଭୂତଳ ସଂଯୋଗୀକରଣ ପାଇଁ ଅତିରିକ୍ତ ୟୁଟିଲିଟି କରିଡର ରହିବ । ଜିଲ୍ଲା ସଦର ମହକୁମା, ବ୍ଲକ ସଦର ମହକୁମା, ପର୍ଯ୍ୟଟନ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ ରହୁଥିବା ରାସ୍ତା, ଶିଳ୍ପ, ଖଣିଜ ଅଂଚଳ, ପୌରାଞ୍ଚଳ ଏବଂ ଷ୍ଟେସନ ରାସ୍ତା ଆଦିର ନିର୍ମାଣ ଢାଞ୍ଚା କିପରି ହେବ, ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି ସଡ଼କ ନୀତି ପ୍ରସ୍ତୁତି ସମୟରେ ଏବଂ ଓ ଅନୁମୋଦନ ପରେ ଏହାର କାର୍ଯ୍ୟକାରିତା ଏକ କମିଟି ଦ୍ୱାରା ନିୟମିତ ବ୍ୟବଧାନରେ ଏବଂ ଆବଶ୍ୟକତା ଅନୁସାରେ ତଦାରଖ କରାଯିବ ।

 

 

 

ବୈଠକରେସଂପୃକ୍ତ ସମସ୍ତବିଭାଗରସଚିବ, ସର୍ବୋଚ୍ଚ ଯନ୍ତ୍ରୀ ଓ  ପଦାଧିକାରୀମାନେଆଲୋଚନାରେ ଅଂଶଗ୍ରହଣ କରି ମତ ରଖିଥିଲେ ।ଏହିଚିଠାସଡ଼କନୀତିପ୍ରସ୍ତୁତି ପରେ ସଂପୃକ୍ତ ସବୁବିଭାଗକୁ ଅବଗତ କରାଯିବା ସହ ସମସ୍ତ ଜିଲ୍ଲାପାଳମାନଙ୍କୁ ମଧ୍ୟ ଆବଶ୍ୟକ ଅନୁଧ୍ୟାନ ଓ ମତାମତ ପାଇଁ ପ୍ରେରଣ କରାଯିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା ।

ଉନ୍ନୟନକମିଶନରଶ୍ରୀମତୀଗର୍ଗପ୍ରସ୍ତାବିତଓଡ଼ିଶାରାଜ୍ୟସଡ଼କନୀତିଯେପରିଗମନାଗମନ, ଟ୍ରାଫିକ୍ପରିଚାଳନାଏବଂପ୍ରୟୋଗାତ୍ମକଦୃଷ୍ଟିରୁଅଧିକବଳିଷ୍ଠହୋଇପାରିବ, ସେଥିପାଇଁଅଧିକଆଲୋଚନାସହିତବିଶେଷଜ୍ଞମାନଙ୍କମତାମତନିଆଯିବାକୁମତରଖିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories