www.samajalive.in
Sunday, December 14, 2025
17.1 C
Bhubaneswar

କେକ୍‌ରୁ ମିଳିଲା କର୍କଟ ସୃଷ୍ଟିକାରୀ ପଦାର୍ଥ

ସମାଜ ଡିଜିଟାଲ ଡେସ୍କ: କେକ୍‌ କାହାର ଅବା ପ୍ରିୟ ନୁହେଁ। ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ କେକ୍‌ ସମସ୍ତଙ୍କର ପସନ୍ଦ। ଜନ୍ମଦିନଠୁ ଆରମ୍ଭ କରି କୌଣସି ଏକ ଖୁସିର ମୁହୂର୍ତ୍ତକୁ ଉପଭୋଗ କରିବା ଲାଗି ଖୋଜାପଡ଼େ କେକ୍‌।  ହେଲେ ଯାହାକୁ ନେଇ ମଣିଷ ନିଜର ଖୁସି ମୁହୂର୍ତ୍ତକୁ ଅନ୍ୟମାନଙ୍କ ସହିତ ବାଣ୍ଟିବାକୁ ଚେଷ୍ଟା କରେ ସେହି କେକ୍‌ ଏବେ ପ୍ରାଣଘାତୀ। କେକ୍‌ ଖାଇଲେ ହୋଇପାରେ କର୍କଟ ଭଳି ମାରାତ୍ମକ ରୋଗ। କେକ୍‌ରୁ କର୍କଟ ସୃଷ୍ଟିକାରୀ ପଦାର୍ଥ ମିଳିବା ପରେ ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି।

କର୍ଣ୍ଣାଟକ ସରକାରଙ୍କ ଖାଦ୍ୟ ନିରାପତ୍ତା ଏବଂ ଗୁଣବତ୍ତା ବିଭାଗ ପକ୍ଷରୁ ବିଭିନ୍ନ କେକ୍‌ ପାର୍ଲରଗୁଡ଼ିକରେ ଚଢ଼ାଉ କରାଯାଇ ତାହାର ମାନ ଯାଞ୍ଚ କରାଯାଇଥିଲା। ନମୁନା ପରୀକ୍ଷଣ ସମୟରେ ଯାହା ତଥ୍ୟ ମିଳିଲା ତାହା କେବଳ ଉକ୍ତ ବିଭାଗର ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ନୁହେଁ, ସାରା ଦେଶବାସୀଙ୍କୁ ଚମକାଇ ଦେବ ନିଶ୍ଚୟ। କାରଣ କେକ୍‌ରୁ ମିଳିଥିଲା କର୍କଟ ସୃଷ୍ଟିକାରୀ ପଦାର୍ଥ। ଏହି ପଦାର୍ଥ ଅନ୍ୟ କିଛି ନୁହେଁ, ବରଂ କେକ୍‌କୁ ଆକର୍ଷଣୀୟ କରିବାକୁ ସେଥିରେ ମିଶାଯାଉଥିବା ବିଭିନ୍ନ ପ୍ରକାର କୃତ୍ରିମ ରଙ୍ଗ।

- Advertisement -

୨୩୫ଟି କେକ୍‌ ନମୁନାକୁ ଅଧିକାରୀମାନେ ପରୀକ୍ଷା କରିଥିଲେ। ସେଥିରୁ ୧୨ଟି ନମୁନାରେ କର୍କଟ ସୃଷ୍ଟିକାରୀ ପଦାର୍ଥ ରହିଥିବା ଜଣାପଡ଼ିଥିଲା। ଏହି କେକ୍‌ରେ ବ୍ୟବହୃତ ଅଲ୍ଲୁରା ରେଡ୍‌, ସନସେଟ୍‌ ୟେଲୋ ଏଫସିଏଫ, ପୋନସିୟୋ ୪ଆର, ଟାର୍ଟ୍ରାଜାଇନ ଏବଂ କାରକୋଇସିନ ଭଳି କୃତ୍ରିମ ରଙ୍ଗ କର୍କଟ ସୃଷ୍ଟିକାରୀ ବୋଲି ଡାକ୍ତର କହିଛନ୍ତି। ଏହାବ୍ୟତୀତ ଏହି ରଙ୍ଗଗୁଡ଼ିକ ମଣିଷର ମାନସିକ ଏବଂ ଶାରିରୀକ ସ୍ଵାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories