www.samajalive.in
Monday, December 15, 2025
15.1 C
Bhubaneswar

ଚିକିତ୍ସା ଅବହେଳା ଜନିତ ମୃତ୍ୟୁର ତଦନ୍ତ ଆରମ୍ଭ

ଛତ୍ରପୁର: ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ପାଇଁ ଜଣେ ବ୍ୟକ୍ତିଙ୍କର ଚଳିତ ମାସ ୨ ତାରିଖ ଦିନ ଚମାଖଣ୍ଡି ଥାନା ଅଧିନ ଘଡଘଡାପଲ୍ଲୀ ଗ୍ରାମର ଡି.ଜଗାରାଓ ପାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ। ଶନିବାର ବ୍ରହ୍ମପୁର ସିଡିଏମଓ କାର୍ଯ୍ୟାଳୟର ଜଣେ ତଦନ୍ତକାରୀ ଅଧିକାରୀ ଡ.ହରମୋହନ ପଣ୍ଡା ଛତ୍ରପୁର ମେଡିକାଲରେ ପହଂଚି ଘଟଣାର ତଦନ୍ତ କରିଛନ୍ତି। ଯେଉଁମାନେ ତଦନ୍ତରେ ସାମିଲ ହେବେ ସେନେଇ ପୂର୍ବରୁ ସେମାନଙ୍କୁ ଚିଠି କରାଯାଇଥିଲା । ଏହି ଘଟଣାରେ ପ୍ରଥମେ ଡି.ଜଗାରାଓ ପାତ୍ରଙ୍କ ପୁଅ ଡି.ରାଜା ରାଓ ପାତ୍ରଙ୍କୁ ସେହି ଦିନର ଘଟଣା ସଂପର୍କରେ ପଚାରି ବୁଝିଥିଲେ। କେଉଁ ସମୟରେ ସେମାନେ ମେଡିକାଲରେ ପହଂଚିଥିଲେ ଏବଂ ଡାକ୍ତର କଣ ସବୁ ଚିକିତ୍ସା କରିଥିଲେ ତାହା ବୁଝିଥିଲେ।

ଡାକ୍ତର ଜଣକ ପ୍ରଥମେ ଇସିଜି ଓ ବିପି ଟେଷ୍ଟ କରିବାକୁ କହିଥିଲେ। ରିର୍ପୋଟ ଆସିଲେ ଚିକିତ୍ସା କରାଯିବ ବୋଲି ଡାକ୍ତର କହିବା ସହ ଅନ୍ୟ କିଛି ଚିକିତ୍ସା କରିନଥିଲେ କି କୈାଣସି ଔଷଧ କିମ୍ବା ଇଞ୍ଜିକସେନ ଦେଇନଥିଲେ। ସେହି ସମୟରେ ଡି.ଜଗାରାଓ ପାତ୍ରଙ୍କ ଛାତିରେ ଅଧିକ ଯନ୍ତ୍ରଣା ହୋଇଥିଲା ଓ କେବଳ ବିପି ଟେଷ୍ଟ ଛଡା ଆଉ କିଛି ଚିକିତ୍ସା କରାଯାଇନଥିଲା। ଏପରିକି ଇସିଜିରେ ନିୟୋଜିତ କର୍ମଚାରୀ ଜଣକ ଆସିନଥିଲେ ତାଙ୍କୁ ଫୋନ ମଧ୍ୟ କରାଯାଇଥିଲା ଓ ସେ ବସରେ ଆସୁଥିବା କହୁଥିବାରୁ ଡି.ରାଜା ରାଓ ପାତ୍ର ୧୦.୫୭ରେ ତାଙ୍କୁ ଆଣିବା ପାଇଁ ବସଷ୍ଟାଣ୍ଡ ଯାଇଥିଲେ। ଏହି ସମୟରେ ଡି.ଜଗାରାଓ ପାତ୍ରଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ୧୧.୦୫ରେ ଇସିଜି କରାଯାଇଥିଲା ସେତେବେଳକୁ ବହୁ ଡେରି ହୋଇଯାଇଥିଲା ଯାହାକି ମୃତ୍ୟୁ ହୋଇଥିଲା ବୋଲି ପୁଅ ଡି.ରାଜା ରାଓ ପାତ୍ର ତଦନ୍ତକାରୀ ଅଧିକାରୀଙ୍କୁ କହିଥିଲେ। ପରେ ସେହିଦିନର ନିୟୋଜିତ ଡାକ୍ତର, ଇସିଜି କର୍ମଚାରୀ, ମେଡିକାଲ କର୍ମଚାରୀ ମାନଙ୍କୁ ଘଟଣା ସଂପର୍କରେ ପଚାରି ବୁଝିବା ସହ କଣ କଣ ସବୁ ଔଷଧ ପ୍ରଦାନ କରାଯାଇଛି ରେଜିଷ୍ଟର ଯାଂଚ କରିବା ସହ ମେଡିକାଲ ବୁଲି ବିଭିନ୍ନ ତଥ୍ୟ ସଂଗ୍ରହ କରି ଫେରିଛନ୍ତି। କେଉଁ ଅବହେଳା ପାଇଁ ଏହି ଘଟଣା ଘଟିଲା ତାହାର ଏକ ତଦନ୍ତ କରାଯାଇଛି। କାର୍ଯ୍ୟରେ ଥିବା ଡାକ୍ତର ନା ଇସିଜି ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ନା ଆଉ କଣ ରହିଛି ତାହାରି ତଦନ୍ତ କରି ଏକ ରିର୍ପୋଟ ପ୍ରସ୍ତୁତ କରାଯାଇଛି। ଏହାର ରିର୍ପୋଟ ସିଡିଏମଓଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

- Advertisement -

ସୂଚନା ଥାଉକି ଚଳିତ ମାସ ୨ ତାରିଖରେ ଚମାଖଣ୍ଡି ଥାନା ଅଧିନ ଘଡଘଡାପଲ୍ଲୀ ଗ୍ରାମର ଡି.ଜଗାରାଓ ପାତ୍ର ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ୮.୩୦ରେ ଛତ୍ରପୁର ମେଡିକାଲ ଆଣିଥିଲେ। ସେଠାରେ ଉପସ୍ଥିତ ଥିବା ଡାକ୍ତର ତାଙ୍କୁ ଇସିଜି ଓ ବିପି ଟେଷ୍ଟ କରିବାକୁ କହିଥିଲେ। ଇସିଜିରେ ନିୟୋଜିତ କର୍ମଚାରୀ ଜଣକ ଆସିନଥିବାରୁ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ଏପରିକି ତାଙ୍କରି ଯନ୍ତ୍ରଣା ଅଧିକ ହେଉଥିବା ବେଳେ ଡାକ୍ତର ତାଙ୍କୁ ଚିକିତ୍ସା କରିନଥିଲେ ଓ ଇସିଜି କରିବା ପରେ ରିର୍ପୋଟକୁ ଆଧାର କରି ତାଙ୍କରି ଚିକିତ୍ସା କରାଯିବ ବୋଲି ପରିବାର ସଦସ୍ୟଙ୍କୁ କହିଥିଲେ। ଶେଷରେ ସଠିକ ଚିକିତ୍ସା ପାଇବାରୁ ବଂଚିତ ହୋଇ ଡି.ଜଗାରାଓ ପାତ୍ରଙ୍କର ମୃତ୍ୟୁ ହୋଇଥିଲା। ଏନେଇ ପରିବାର ସଦଶ୍ୟ ଓ ଶ୍ରୀରାମଚନ୍ଦ୍ରପୁର ସରପଂଚ ଏସ୍‌.ସଞ୍ଜିବ ରେଡି ଡାକ୍ତରଙ୍କ ଅବହେଳା ଓ ଇସିଜି କର୍ମଚାରୀଙ୍କୁ ସଦାୟୀ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories