www.samajalive.in
Sunday, December 7, 2025
14.1 C
Bhubaneswar

ଅନିଶ୍ଚିତତାରେ ନିଟ୍-ୟୁଜି କାଉନସେଲିଂ : ୮ରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ନିଟ୍-ୟୁଜି ପରୀକ୍ଷାରେ କପି ଓ ପ୍ରଶ୍ନପତ୍ର ପ୍ରଘଟ ନେଇ ବିବାଦ ଲାଗି ରହିଥିବାବେଳେ ସୁପ୍ରିମକୋର୍ଟରେ ଏ ସମ୍ପର୍କିତ ମାମଲାର ଶୁଣାଣି ଜୁଲାଇ ୮ରେ ହେବ। ଏଭଳି କ୍ଷେତ୍ରରେ ଏହାର କାଉନସେଲିଂକୁ ନେଇ ଅନିଶ୍ଚିତତା ଦେଖାଯାଇଛି। ନିଟ୍-ୟୁଜି ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀମାନେ କେଉଁ ମେଡିକାଲ କଲେଜରେ ନାମ ଲେଖାଇବେ ତାକୁ ନେଇ କାଉନସେଲିଂ କେବେ ଆରମ୍ଭ ହେବ ତାହା ଜଣାପଡି ନାହିଁ। ପୂର୍ବରୁ ଜୁଲାଇ ୬ରୁ ନିଟ୍ ୟୁଜି କାଉନସେଲିଂ ଆରମ୍ଭ ହେବା ନେଇ ନ୍ୟାସନାଲ​‌ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଜୁଲାଇ ୬ରୁ କାଉନସେଲିଂ ଆରମ୍ଭ ହୋଇପାରି ନାହିଁ। ଏନଟିଏ କହିବା ଆଧାରରେ କାଉନସେଲିଂ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା କୁହାଯାଉଛି। କାଉନସେଲିଂ ସ୍ଥଗିତ ରହିବା ଖବରକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅସ୍ବୀକାର କରି କାଉନସେଲିଂକୁ ସ୍ଥଗିତ ରଖାଯାଇ ନଥିବା କହିଛି। କାଉନସେଲିଂ କେବେ ଆରମ୍ଭ ହେବ ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ଅଦାଲତ ରାୟ ପରେ କାଉନସେଲିଂ ଆରମ୍ଭ ହୋଇପାରେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories