www.samajalive.in
Saturday, December 6, 2025
16.1 C
Bhubaneswar

ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ, ସାମିଲ୍‌‌ ହେଲେ ବହୁ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ

ଫୁଲବାଣୀ: ଲୋକସେବକ ମଣ୍ଡଳ ଏବଂ ସମାଜ ପକ୍ଷରୁ ସମଗ୍ର ରାଜ୍ୟରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ଅବସରରେ ସମଗ୍ର ରାଜ୍ୟ ପରି କନ୍ଧମାଳ ଜିଲାରେ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉତ୍କଳମଣି ଗୋଇପବନ୍ଧୁ ଦାସଙ୍କ ପୁଣ୍ୟ ତିଥିରେ ବାଲଗୁଡା ରେ ତିଳତର୍ପଣ କାର୍ଯ୍ୟକ୍ରମ କରାଯାଇଥିଲା। ବସଷ୍ଟାଣ୍ଡ ନିକଟ ପୋଖରୀରେ ରିତିନିତି ପ୍ରକାରେ ପୁଜାର୍ଚ୍ଚନା କରି ତିଳତର୍ପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବାଲିଗୁଡାର ସାମ୍ବାଦିକ ଏବଂ ଡ୍ରାଇଭର ସଂଘର ସଦସ୍ୟ ତଥା ବୁଦ୍ଦିଜିବି ମାନେ ଉପସ୍ଥିତ ଥିଲେ। ସମସ୍ତେ ଉତ୍କଳମଣି ଗୋପବନ୍ଧୁଙ୍କ ଆମ ରାଜ୍ୟ ତଥା ଅବହେଳିତ ପାଇଁ ତାଙ୍କର ତ୍ୟାଗ ଏବଂ ‘ସମାଜ’ ଖବରକାଗଜକୁ କିଭଳି ସେ ଲୋକଙ୍କ ଉଦ୍ଦେଶ୍ୟରେ ଓ ଅବହେଳିତଙ୍କୁ ଆଗକୁ ନେବାକୁ ପ୍ରୟାସ କରୁଥିଲେ ତାହା ଉପରେ ଆଲୋଚନା ହୋଇଥିଲା।

- Advertisement -

ଏହି ଅବସରରେ ଫୁଲବାଣୀ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବହୁ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ନିର୍ଦ୍ଧାରିତ ସମୟରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ବରିଷ୍ଠ ଆଇନଜୀବି ବିଜୟ କୃଷ୍ଣ ପଟନାୟକ, ବିଣାପାଣି ପ୍ରଧାନ, ଜିଲା ଲେଖକ ସାମ୍ମୁଖ୍ୟର ସଂପାଦକ ବନ ବିହାରୀ ନନ୍ଦ, ବରିଷ୍ଠ ନାଗରିକ ସଂଘର ନବୀନ କିଶୋର ପଣ୍ଡା, ଫୁଲବାଣୀ ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା, ପ୍ରେସ୍‌‌ କ୍ଲବର ସଭାପତି ସୁନିଲ୍‌‌ ପଟନାୟକ ଏବଂ ସଂପାଦକ ବିରେନ୍ଦ୍ର ସୁବୁଦ୍ଧି, ସ୍ୱାତୀ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ପ୍ରଦୀପ ସ୍ୱାଇଁ, ବିଶ୍ୱ ରଂଜନ କର ଏବଂ ବରିଷ୍ଠ ସାମ୍ବାଦିକ ସୁନିଲ୍‌‌ ବିଶ୍ୱାଳ, ପ୍ରଶାନ୍ତ ଜେନା, କାହ୍ନା ପଟନାୟକ, ଟିମ୍‌‌ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁ, ନେହୁରୁ ଯୁବକେନ୍ଦ୍ରର ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ ରବୀନ୍ଦ୍ର ମହାରଣା, ସସ୍ମିତା ସାହୁ ପ୍ରମୁଖ ଏଥିରେ ସାମିଲ୍‌‌ ହୋଇ ମ୍ୟାଲ୍ୟାର୍ପଣ କରିବା ସହିତ ଗୋପବନ୍ଧୁଙ୍କ ଉପରେ ସେମାନଙ୍କର ମତ ପ୍ରକାଶ କରିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ‘ସମାଜ’ର ଜିଲା ପ୍ରତିନିଧି ଅଶୋକ ମହାନ୍ତି ପରିଚାଳନା କରିଥିଲେ।

ଏହି ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ପୁଲିସ୍‌‌ ରିଜର୍ଭ ଏବଂ ପୋଲିସ୍‌‌ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ସମାଜ, ରୋଟାରି କ୍କବ ଏବଂ ପୋଲିସ୍‌‌ ହାଇସ୍କୁୁଲର ଇକୋ କ୍ଲବର ସଦସ୍ୟ ଓ ସଦସ୍ୟା ମାନେ ଏଥିରେ ସାମିଲ୍‌‌ ହୋଇଥିଲେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories