www.samajalive.in
Sunday, December 7, 2025
13.1 C
Bhubaneswar

ସମର୍ପିତ ସେବାର ଶ୍ରେଷ୍ଠ ପ୍ରତୀକ ପଣ୍ଡିତ ଗୋପବନ୍ଧୁ

ଆଠଗଡ଼: ଆଠଗଡ଼ର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ମହାନ ଜନସେବକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ଖବରକାଗଜର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ କାଶିନାଥ ସାହୁ, ସୁକାନ୍ତ ମହାପାତ୍ର, ବିଜୟ କୁମାର ସାହୁ, ମୃତ୍ୟୁଞ୍ଜୟ ରଥ ପ୍ରମୁଖ ଏହି ଅବସରରେ ଉଦ୍‌‌ବୋଧନ ଦେଇ ଗୋପବନ୍ଧୁଙ୍କୁ ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବୋଲି କହିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉପସ୍ଥିତ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ସ୍କୁଲ ପରିସରରେ ପ୍ରତିଷ୍ଠିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଶିକ୍ଷକ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶିକ୍ଷକ ଆଗ୍ନେସିୟମ ଟେଟେ ଓ ଦେବଦତ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଆଠଗଡ଼ର ସରକାରୀ ବାଳିକା ହାଇସ୍କୁଲରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଶୁଭଶ୍ରୀ ପରିଡ଼ା, ଶୁଭଲକ୍ଷ୍ମୀ ତ୍ରିପାଠୀ, ଅଞ୍ଜୁଲତା ସାହୁ, ପ୍ରିୟଙ୍କା ପ୍ରଧାନ, ସୁଜାତା ପ୍ରଧାନ, ଉଜ୍ଜଳ ହୋରୋ ପ୍ରମୁଖ ସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌‌ବୋଧନ ଦେଇ ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍କୁଲ ପରିସରରେ ପ୍ରତିଷ୍ଠିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା। ବରିଷ୍ଠ ଶିକ୍ଷୟିତ୍ରୀ ସଂଯୁକ୍ତା ଦାଶ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

ଗୋପବନ୍ଧୁ ବିଜ୍ଞାନ କଲେଜରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାନ ଦେଶ ସେବକ ତଥା ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡଃ ସାହୁଙ୍କ ସମେତ ଏଥିରେ ଉପସ୍ଥିତ ଥିବା ପ୍ରାଧ୍ୟାପିକା ଛାୟା ମହାପାତ୍ର, ପ୍ରାଧ୍ୟାପକ ପ୍ରତାପ କେଶରୀ ଖାଟୋଇ, ପ୍ରଣବ ଦାସ, ଦେବାଶିଷ ପଟ୍ଟନାୟକ, ଅଧ୍ୟାପକ ଡଃ ଗୌତମବୁଦ୍ଧ ସୀତାରାମ, ଅଧ୍ୟାପିକା ବିଷ୍ଣୁପ୍ରିୟା ପଣ୍ଡା, ଡେମୋନଷ୍ଟ୍ରେଟର ଶୁଭଦର୍ଶନ ମହାପାତ୍ର ଓ ରଣଜିତ୍‌‌ ସାମନ୍ତରାୟ ପ୍ରମୁଖ ଉଦ୍‌‌ବୋଧନ ଦେଇ ଗୋପବନ୍ଧୁ ଥିଲେ ସମର୍ପିତ ସେବାର ଶ୍ରେଷ୍ଠ ପ୍ରତୀକ ବୋଲି ପ୍ରକାଶ କରିଥିଲେ। ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନରେ ସେବାକୁ ବ୍ରତ ଭାବେ ଗ୍ରହଣ କରିବା ପାଇଁ ସେମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କଲେଜ ପରିସରରେ ପ୍ରତିଷ୍ଠିତ ପଣ୍ଡିତ ଗୋପବନ୍ଧୁ ଓ ତାଙ୍କର ଶିଷ୍ୟ ଡଃ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ସମସ୍ତେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗ୍ରନ୍ଥାଗାରିିକ ଆଲୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଆଠଗଡ଼ସ୍ଥିତ ଗୋପବନ୍ଧୁ କନିଷ୍ଠ ମହିଳା ମହାବିଦ୍ୟାଳୟରେ ବିଶିଷ୍ଟ ଜନସେବକ ତଥା ସମାଜର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ସମେତ ପ୍ରାଧ୍ୟାପିକା ଡଃ ସ୍ନେହଲତା ତ୍ରିପାଠୀ, ଡଃ ରୀନା ପଟ୍ଟନାୟକ, ପ୍ରମୋଦିନି ଜେନା, ପୁଷ୍ପମଞ୍ଜରୀ ଦାଶ, ସ୍ମିତା ମହାପାତ୍ର, ନିର୍ଯ୍ୟାସୀ ବଳବନ୍ତରାୟ, ବିଜୟାଲକ୍ଷ୍ମୀ ମହାନ୍ତି ଓ ସୋନି ଦାସ ପ୍ରମୁଖ ପଣ୍ଡିତ ଗୋପବନ୍ଧୁ ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରୀମାନଙ୍କୁ ସେମାନେ ପରାମର୍ଶ ଦେଇଥିଲେ। କଲେଜ ପରିସରରେ ପ୍ରତିଷ୍ଠିତ ପଣ୍ଡିତ ଗୋପବନ୍ଧୁଙ୍କ ସମେତ ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଆଠଗଡ଼ ବ୍ଲକର ଖୁଣ୍ଟକଟାସ୍ଥିତ ଗୋପବନ୍ଧୁ ବାଳିକା ହାଇସ୍କୁଲରେ ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ମମତା ପଣ୍ଡା ଏଥିରେ ଉଦ୍‌‌ବୋଧନ ଦେଇ ଦିନଜନ, ଦରିଦ୍ରଙ୍କ ବନ୍ଧୁ ହେଉଛନ୍ତି ପଣ୍ଡିତ ଗୋପବନ୍ଧୁ ଏବଂ ତାଙ୍କର ତ୍ୟାଗ ଓ ସେବା ମନୋଭାବ ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ ଶିକ୍ଷକ ଅଶୋକ କୁମାର ମିଶ୍ର ତ୍ୟାଗ ଓ ବଳିଦାନର ଜୀବନ ହିଁ ପଣ୍ଡିତ ଗୋପବନ୍ଧୁ ବୋଲି କହିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରୀଙ୍କୁ ଆହ୍ୱାନ ଜଣାଇଥିଲେ। ସ୍କୁଲ ପରିସରରେ ପ୍ରତିଷ୍ଠିତ ସମସ୍ତେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ବିନୋଦିନୀ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଆଠଗଡ଼ ବ୍ଲକ ଅନ୍ତର୍ଗତ ସମସରପୁରସ୍ଥିତ ସାବିତ୍ରୀ ରଥ ବିଦ୍ୟାପୀଠରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ସୂର୍ଯ୍ୟମଣି ବେହେରା ଏଥିରେ ସଭାପତିତ୍ୱ କରି ଗୋପବନ୍ଧୁଙ୍କ ସେବା ମନୋଭାବର ପଟ୍ଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ, ସୁବ୍ରତ କୁମାର ତ୍ରିପାଠୀ, ମିତା ରାଉତ, ସୁଚିତ୍ରା ରାଉତ ପ୍ରମୁଖ ଉଦ୍‌‌ବୋଧନ ଦେଇ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶକୁ ପାଥେୟ କରି ସେବା ମନୋଭାବ ପୋଷଣ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବରିଷ୍ଠ କାର୍ଯ୍ୟାଳୟ ସହାୟକ ନିରଞ୍ଜନ ସ୍ୱାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories