www.samajalive.in
Saturday, December 6, 2025
15.1 C
Bhubaneswar

ତରଳୁଛି ଅମରନାଥ ଶିବଲିଙ୍ଗ: ଯାତ୍ରା ସାମୟିକ ସ୍ଥଗିତ

ଶ୍ରୀନଗର :ଜୁନ୍ ୨୯ ତାରିଖ ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ମାତ୍ର ବର୍ତ୍ତମାନ୍ ସାମୟିକ ଭାବେ ଯାତ୍ରାକୁ ସ୍ଥଗିତ ରଖାଯାଇଛି। କାରଣ ଅମରନାଥ ଗୁମ୍ପା ମଧ୍ୟସ୍ଥ ବରଫ ଶିବଲିଙ୍ଗ ଦ୍ରୁତ ବେଗରେ ତରଳୁଥିବା ଜଣାଯାଇଛି। ଜାମ୍ମୁ-କାଶ୍ମୀରରେ ଗ୍ରୀଷ୍ମ ଲହରି କାରଣରୁ ଶିବଲିଙ୍ଗ ତରଳିବା ଆରମ୍ଭ କରିଛି। ଜୁନ୍ ୨୯ରୁ ଯାତ୍ରା ଆରମ୍ଭ ହୋଇଥିବାବେଳେ ଏହା ଶେଷ ହେବାକୁ ଆହୁରି ମାସେରୁ ଅଧିକ ସମୟ ରହିଛି। ଏପରିସ୍ଥଳେ ଶିବଲିଙ୍ଗ ତରଳିବାର ରିପୋର୍ଟ ଭକ୍ତଙ୍କୁ ନିରୁତ୍ସାହିତ ​‌କରିଛି। ଅପରପକ୍ଷରେ ଜାମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଅମରନାଥ ଯାତ୍ରାକୁ ସାମୟିକ ସ୍ଥଗିତ ରଖାଯାଇଛି। ଶୁକ୍ରବାର ରାତିରୁ ବର୍ଷା ହେଉଥିବାରୁ ଉଭୟ ବାଲତାଲ ଏବଂ ପେହଲଗାଓଁ ରୁଟ୍‌ରେ ଯାତ୍ରାକୁ ବାତିଲ କରାଯାଇଛି। ଜୁନ ୨୯ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ସୁଦ୍ଧା ୧.୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଗୁମ୍ଫାସ୍ଥିତ ବରଫ ଲିଙ୍ଗ ଦର୍ଶନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories