ଫୁଲବାଣୀ: ଫୁଲବାଣୀ ବିଧାୟକ ଉମାଚାରଣ ମଳିକ ଫିରିଙ୍ଗିଆ ବ୍ଲକ ଗସ୍ତରେ ଆସି ବିଦ୍ୟାଳୟ, ମେଡିକାଲ ପରିଦର୍ଶନ କରିବା ସହ ବ୍ଲକ କାର୍ୟ୍ୟାଳୟକୁ ଯାଇ ବ୍ଲକ ମାଧ୍ୟମରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ୟ୍ୟକୁ ନେଇ ବିଡ଼ିଓ ଏବଂ ସହକାରୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବିଧାୟକ ବ୍ଲକ ଛକରେ ପହଂଚିବା ପରେ ସ୍ଥାନୀୟ ନେତା ଓ କର୍ମୀ ମାନେ ତାଙ୍କୁ ସ୍ବାଗତ ଜଣାଇ ଥିଲେ। ବିଧାୟକ ବ୍ଲକ କାର୍ୟ୍ୟାଳୟକୁ ଯାଇ ବ୍ଲକରେ କାର୍ୟ୍ୟରତ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଓ କନିଷ୍ଠ ଯନ୍ତ୍ରୀ ଜୟପ୍ରକାଶ ଜେନାଙ୍କ ସହ ବ୍ଲକ ଅଧୀନରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ୟ୍ୟରେ ସମୀକ୍ଷା କରିଥିଲେ। ପରେ ବିଧାୟକ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ରୋଗୀ ମାନଙ୍କୁ ଭେଟିବା ସହ ଦାୟିତ୍ୱ ରେ ଥିବା ଡାକ୍ତର ଓ କର୍ମଚାରୀ ମାନଙ୍କ ସହ ମେଡ଼ିକାଲରେ ଥିବା ବିଭିନ୍ନ ସମସ୍ୟା ଡାକ୍ତର ନିଯୁକ୍ତି, ମେଡିକାଲ ପରିସରରେ ପାଣିରେ ସମସ୍ୟା ଓ ଅନ୍ୟାନ୍ୟ ଉନ୍ନୟନ କାମ ବିଷୟରେ ଆଲୋଚନ କରିଥିଲେ। ଶେଷରେ ବିଧାୟକ ଫିରିଙ୍ଗିଆ ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଯାଇ ପରିଦର୍ଶନ କରିବା ସହ ଛତ୍ର ଛାତ୍ରୀଙ୍କୁ ଭେଟିଥିଲେ ଓ ବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।
Popular Categories



