www.samajalive.in
Saturday, December 6, 2025
15.1 C
Bhubaneswar

କେତୁଙ୍କ ପ୍ରଭାବ ରହିଲେ ହୁଏ ଏସବୁ ସମସ୍ୟା ; ସରଳ ଉପାୟରେ ଚୁଟକିରେ କରନ୍ତୁ ସମାଧାନ..

ରାହୁ ଓ କେତୁ ଗ୍ରହଙ୍କ ନାମ ଶୁଣିବା ମାତ୍ରେ ଲୋକେ ଚିନ୍ତାରେ ପଡି ଯାଆନ୍ତି। ରାହୁ,କେତୁ ଉଭୟଙ୍କ ସ୍ୱଭାବ ପରସ୍ପର ବିପରୀତ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ରାହୁ-କେତୁ ଉଭୟ ଛାୟା ଗ୍ରହ ହୋଇଥିବା ବେଳେ ଏମାନଙ୍କ ପ୍ରଭାବ ଭିନ୍ନ ଭିନ୍ନ ରହିଛି। କେତୁଙ୍କୁ ରହସ୍ୟମୟ ଶକ୍ତିର କାରକ ବୋଲି କୁହାଯାଏ। କେତୁଙ୍କ ପ୍ରଭାବ ରହିଲେ କି କି ସଙ୍କେତ ମିଳିଥାଏ ଏହାସହ କେମିତି ଶୁଭଫଳ ପାଇବେ ଜାଣନ୍ତୁ..

କେତୁଙ୍କ ପ୍ରଭାବ ଶରୀରରେ ପଡିଲେ, ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇଥାଏ। ମାନସିକ ଭାବେ ଦୁର୍ବଳ ରହିବା ସହ ମାନସିକ ଦୁଃଶ୍ଚିନ୍ତା ଲାଗି ରହିଥାଏ। ମସ୍ତିଷ୍କ ଜନିତ ରୋଗ ଦେଖାଦେଇଥାଏ। ପେଟ ଜନିତ ସମସ୍ୟା ସୃଷ୍ଟି ହେବା ସହ ମନରେ ସର୍ବଦା ଶରୀର ଅସୁସ୍ଥ ହେବା ନେଇ ଅନୁଭବ ହୋଇଥାଏ। ଖାଦ୍ୟ ନଳୀରେ ପ୍ରଭାବ ରହିବା ସହ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ। ପାଦରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ହାତ, ଗୋଡ ଆଦିରେ କ୍ଷତ ହୋଇଥାଏ।

ବାସ୍ ଏହି ୩ଟି ଗଛ ଘରକୁ ଆଣନ୍ତୁ ; ବଦଳିଯିବ ଭାଗ୍ୟ, ଧନକୁ କରେ ଆକର୍ଷିତ..

- Advertisement -

କେତୁ ଯେକୌଣସି ସରଳ କଥାକୁ ଜଟିଳ କରିବାରେ ସକ୍ଷମ ହୋଇଥାଆନ୍ତି। ଜାତକରେ କେତୁଙ୍କ ପ୍ରଭାବ ଥିଲେ, କୌଣସି ବିଦାଦରେ ରୁହନ୍ତୁ ନାହିଁ। କଳହକୁ ଅଣଦେଖା କରିବା ସହ ଛୋଟ ଛୋଟ ବାଦ ବିବାଦ କଥା ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ଯାନ ଖରାପ ହେବାର ସମ୍ଭାବନା ଥାଏ।

କେତୁଙ୍କ ଶୁଭ ପ୍ରଭାବ ଥିଲେ, ସନ୍ତାନଙ୍କ ସହ ଜଡିତ ଶୁଭ ଖବର ମିଳେ। ସନ୍ତାନଙ୍କ ଇଚ୍ଛା ଥିଲେ ଏହା ପୂରଣ ହୋଇଥାଏ। ବଂଶ ବୃଦ୍ଧି ହୋଇଥାଏ। ଗର୍ଭବତୀ ମହିଳାମାନେ ନିଜର ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ।

ଜାତକରେ କେତୁଙ୍କ କୁପ୍ରଭାବ ଥିଲେ, ଏହି ସମସ୍ୟା ଦୂର ପାଇଁ ଓ ଶୁଭ ପ୍ରଭାବ ପାଇଁ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା କରନ୍ତୁ। ପ୍ରଭୁ ଗଣେଶଙ୍କ ଉପାସନା କରିବା ଦ୍ୱାରା କେତୁ ଖୁବ୍ ପ୍ରସନ୍ନ ହୋଇଥାଆନ୍ତି। ବିଶେଷ କରି ଚତୁର୍ଥୀ ତିଥିରେ ଗଣେଶଙ୍କ ପୂଜା କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହି ଦିନ ପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ସହ ଭୋଗ ସହ ଦୁବ ଅର୍ପଣ କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories