www.samajalive.in
Friday, December 5, 2025
23.1 C
Bhubaneswar

ସ୍କୁଲ ଯିବାଆସିବା ପାଇଁ ପିଲାଙ୍କୁ ମିଳିବ ଖର୍ଚ୍ଚ, ଏହି ରାଜ୍ୟର ସରକାର ଆଣିଲେ ନୂଆ ଯୋଜନା

ସମାଜ ଡିଜିଟାଲ ଡେସ୍କ: ଦେଶର ଅଧିକାଂଶ ରାଜ୍ୟରେ ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଲାଗି ସରକାର ମଧ୍ୟାହ୍ନଭୋଜନ, ପୋଷାକ ବଣ୍ଟନ, ସାଇକେଲ ବଣ୍ଟନ ଭଳି ଯୋଜନା କରୁଛନ୍ତି। ତଥାପି ଉପସ୍ଥାନ ହାର ବଢୁନାହିଁ। ଏପରି ସ୍ଥଳେ ରାଜସ୍ଥାନ ସରକାର ଏକ ନୂଆ ଯୋଜନା ଆଣିଛନ୍ତି, ଯାହା ଅଧୀନରେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲକୁ ଯିବା ଆସିବା ଖର୍ଚ୍ଚ ଦେବେ ସରକାର। ଏହି ନୂଆ ଯୋଜନାର ନାମ ହେଉଛି ‘ଟ୍ରାନ୍ସପୋର୍ଟ ଭାଉଚର’। ଯୋଜନା ଅନୁସାରେ ରାଜ୍ୟ ସରକାର ଗ୍ରାମାଞ୍ଚଳର ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଯିବାଆସିବା ଲାଗି ଭତ୍ତା ପ୍ରଦାନ କରିବେ। ଚଳିତ ଶିକ୍ଷାବର୍ଷରୁ ପିଲାମାନଙ୍କୁ ଏହି ଭତ୍ତା ଦିଆଯିବ।

ରାଜସ୍ଥାନ ସରକାରଙ୍କ ଏହି ଯୋଜନା ଫଳରେ ରାଜ୍ୟର ୨୧ ହଜାର ୨୩୪ ଛାତ୍ରଛାତ୍ରୀ ଉପକୃତ ହେବେ। ପ୍ରତିଦିନର ଉପସ୍ଥାନ ପାଇଁ ୨୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଅର୍ଥାତ ଗୋଟିଏ ଦିନ ସ୍କୁଲ ଆସିବା ଲାଗି ପିଲାଙ୍କୁ ୨୦ ଟଙ୍କା ଗସ୍ତ ଖର୍ଚ୍ଚ ମିଳିବ। ତେବେ ଏହି ଭତ୍ତା ସେହି ପିଲାମାନଙ୍କୁ ମିଳିବ​‌, ଯେଉଁମାନଙ୍କ ଘରର ଦୂରତା ସ୍କୁଲଠାରୁ ୫ କିମି କିମ୍ବା ତା’ଠାରୁ ଅଧିକ। ପ୍ରତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫୪୦୦ ଟଙ୍କା ଭତ୍ତା ମିଳିବ।

- Advertisement -

ତେବେ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୩୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ। ବିଦ୍ୟାଳୟର ଅଧ୍ୟକ୍ଷ ରିପୋର୍ଟ ଦେବା ପରେ ପିଲାମାନଙ୍କୁ ଗସ୍ତ ଖର୍ଚ୍ଚ ବାବଦ ଭତ୍ତା ଦିଆଯିବ ବୋଲି ଜଣାପଡ଼ିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories