www.samajalive.in
Monday, December 15, 2025
14.1 C
Bhubaneswar

ବାସ୍ ଏହି ୩ଟି ଗଛ ଘରକୁ ଆଣନ୍ତୁ ; ବଦଳିଯିବ ଭାଗ୍ୟ, ଧନକୁ କରେ ଆକର୍ଷିତ..

ଗଛ ଅମ୍ଳଜାନ ପ୍ରଦାନ କରିଥାଏ। ଖରାପ ବାୟୁକୁ ଅବଶୋଷିତ କରି ଶୁଦ୍ଧ ବାୟୁ ପ୍ରଦାନ କରିଥାଏ। ଗଛକୁ ଘରେ ସବୁଜ ବାତାବରଣ ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ଏହା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ମାତ୍ର ବାସ୍ତୁ ଶାସ୍ତ୍ରରେ ଏପରି କେତେକ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ସୌନ୍ଦର୍ଯ୍ୟ ବୃଦ୍ଧି ସହ ସୁଖଶାନ୍ତି ପ୍ରଦାନ କରିଥାଏ। ଧନର ଅଭାବ ହୋଇନଥାଏ। ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଘରୁ ଅଶାନ୍ତି ଦୂର ହୋଇ ଶାନ୍ତିର ବାତାବରଣ ରହିଥାଏ। ନକରାତ୍ମକ ଶକ୍ତି ଦୂର ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ଜୁଲାଇରୁ ନଭେମ୍ବର ମା’ଲକ୍ଷ୍ମୀ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ : ମିଳିବ ଧନ ହିଁ ଧନ, ଚାକିରି, ରହିବନି ଚିନ୍ତା..

- Advertisement -

ଧଳା ପଳାଶ – ଧନ ସହ ଜଡିତ ସମସ୍ୟା ଲାଗି ରହିଥିଲେ, ଧନ ବୃଦ୍ଧି ପାଇଁ ଧଳା ପଳାଶ ଗଛ ଘରେ ନିଶ୍ଚୟ ଲଗାନ୍ତୁ। ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହି ଫୁଲ ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ଖୁବ୍ ପ୍ରିୟ ବୋଲି ମାନ୍ୟତା ରହିଛି। ମା’ଙ୍କୁ ଏହି ଫୁଲ ଅର୍ପଣ କଲେ ପ୍ରସନ୍ନ ହୋଇ ଧନର ଅଭାବ ଦୂର ହୋଇଥାଏ। ଏହି ଗଛ ଘରେ ଥିଲେ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।

ବାଉଁଶ ଗଛ – ଏହି ଗଛକୁ ଉନ୍ନତିର ଗଛ ବୋଲି କୁହାଯାଏ। ଏହା ଘରେ ଥିଲେ ଉନ୍ନତି ପରେ ଉନ୍ନତି ହୋଇଥାଏ। ବାସ୍ତୁ ଅନୁସାରେ ଏହାକୁ ପୂର୍ବ ଦିଗରେ ଲଗାଇପାରିବେ। ଏହି ଗଛ ଲଗାଇବା ପରେ ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ।

ତୁଳସୀ – ପ୍ରତ୍ୟେକ ଘରର ଅଗଣାରେ ତୁଳସୀ ଗଛ ଶୋଭା ପାଏ। ଘରର ଅଗଣାରେ ଏହି ଗଛ ରହିଲେ, ସର୍ବଦା ମା’ଲକ୍ଷ୍ମୀଙ୍କ କୃପା ରହିଥାଏ। ଏହାକୁ ପୂର୍ବ ଦିଗରେ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।

ଗୋଇଠି ଫାଟିବା ଦିଏ ଏହି ମାରାତ୍ମକ ରୋଗର ସଙ୍କେତ: କରନ୍ତୁ ନାହିଁ ଅଣଦେଖା..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories