ଖର୍ଚ୍ଚ ବଢିବ, ସଞ୍ଚୟ କମିବ: ଗୁରୁବାର ରାଶିଫଳ

ମେଷ: ରାଜା ତୁଲ୍ୟ କ୍ଷମତାଶାଳୀ ହେବେ। ତେଜୀୟାନ୍‌ ହେବେ। ଧର୍ମଧ୍ବଜାଧାରୀ ହୋଇପାରନ୍ତି। ବ୍ୟକ୍ତିତ୍ବସମ୍ପନ୍ନ ଉତ୍ତମ ପୁତ୍ରର ଜନକ ହେବେ। ଜନବଲ୍ଲଭ ଭାବେ ସମାଜିକ ସ୍ତରରେ ସମ୍ମାନିତ ହେବେ।
ବୃଷ: କାର୍ତ୍ତିକେୟଙ୍କ ସଦୃଶ୍ୟ ରୂପବନ୍ତ ହେବେ। ଆପଣଙ୍କ କଥାବାର୍ତ୍ତା, ଚାଲିଚଳନ ଓ ବ୍ୟବହାର ପ୍ରାଣସ୍ପର୍ଶୀ ହେବ। କୀର୍ତ୍ତିମାନ୍‌ ହେବେ। ସଦା ସମୃଦ୍ଧର ରହିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।
ମିଥୁନ: ବ୍ୟବହାରରେ ସଂଯମତା ରକ୍ଷା ନ କଲେ ମିତ୍ରମାନେ ବିରାଗ ମନୋଭାବର ହୋଇପାରନ୍ତି। ବିଦେଶ ଗମନ ଇଚ୍ଛା ଥିଲେ ବି ସ୍ବାସ୍ଥ୍ୟ ହାନି ପାଇଁ ଯାତ୍ରା ସ୍ଥଗିତ ରଖିବାକୁ ପଡ଼ିବ। ଅର୍ଥାଭାବ ଦେଖାଦେବ।
କର୍କଟ:ଅକ୍ଲେଶରେ ଶତ୍ରୁ ଉପରେ ବିଜୟ ହାସଲ କରିବେ। ଧନ ବୃଦ୍ଧି ହେବାର ସଙ୍କେତ ମିଳୁଛି। ଜଣେ ମହାନ୍‌ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଜନସାଧାରଣଙ୍କ ଅନୁରୋଧରେ ଉଚ୍ଚାସନରେ ଆସୀନ ହେବେ।
ସିଂହ: ବିବେକାନୁମୋଦିତ ସତ୍‌କର୍ମରେ ନିଜକୁ ନିୟୋଜିତ କରି ସମ୍ମାନିତ ହେବେ। ନାନା ସୁଖ ପ୍ରାପ୍ତି ସହିତ ବିଶାଳ ଯଶର ଅଧିକାରୀ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରାଧାନ୍ୟ ରହିବ। ସମସ୍ତ କଳ୍ମଷ ଦୂର ହେବ।
କନ୍ୟା: ଆପଣଙ୍କ ବକ୍ତବ୍ୟ ପ୍ରାଣସ୍ପର୍ଶୀ ହେବ। ଅସୁସ୍ଥତା ଯୋଗୁଁ ଅଧିକ ବିଶ୍ରାମ ନେବାକୁ ଇଚ୍ଛା କରିବେ। ଶୌର୍ଯ୍ୟଶାଳୀ ହୋଇପାରନ୍ତି। ଉପକାରୀ ବ୍ୟକ୍ତିଙ୍କଠାରେ କୃତଜ୍ଞ ହେବେ। ଶାସ୍ତ୍ରାନୁରକ୍ତ ଓ ବୁଦ୍ଧିମାନ୍‌ ହେବେ।
ତୁଳା: ସାରାଦିନ ସତର୍କରେ ଚଳିବାକୁ ପଡ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ତେଜହୀନ ହେବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିପାରନ୍ତି। ବୁଦ୍ଧି, ବିଦ୍ୟା ପ୍ରୟୋଗ କରି ଶ୍ରେଷ୍ଠ କର୍ମଯୁକ୍ତ ହୋଇପାରନ୍ତି।
ବିଛା: ରାଜ ପୂଜ୍ୟ ଯୋଗ୍ୟ ହୋଇପାରନ୍ତି। ବହୁ ଶାସ୍ତ୍ର ଅଧ୍ୟୟନ କରି ମତିମାନ୍‌ ହେବେ। ଉତ୍ତମ ମିତ୍ର ଅର୍ଜନ କରିବାରେ ସିଦ୍ଧହସ୍ତ ହେବେ। ମନୋଜ୍ଞ ହୋଇପାରନ୍ତି। ଅଧସ୍ତନଙ୍କ ପ୍ରେରଣାର ଉତ୍ସ ହେବେ।
ଧନୁ: ପ୍ରତ୍ୟେକ କାର୍ଯ୍ୟ ଭାବିଚିନ୍ତି କରିବାକୁ ପଡ଼ିବ। ନିଜେ ଅସୁସ୍ଥତା ଅନୁଭବ କରୁଥିଲେ ବି କର୍ମତତ୍ପର ରହିବେ। ଶତ୍ରୁ ଯେତେ ବଳବାନ୍‌ ହେଲେ ବି ତାକୁ ପରାସ୍ତ କରି ବିଜୟର ବାନା ଉଡ଼ାଇ ପାରନ୍ତି।
ମକର: ନିସର୍ଗ ସୁଖ ଭୋଗ କରିପାରନ୍ତି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପ୍ରଭୃତ୍ବ ବିସ୍ତାର କରି ଆଶ୍ରିତମାନଙ୍କର ପଥ ପ୍ରଦର୍ଶକ ହେବେ। ଶାସ୍ତ୍ର ବିଚକ୍ଷଣତା ଆପଣଙ୍କୁ ଉଚ୍ଚାସନ ଦେବ। ଧର୍ମ କାର୍ଯ୍ୟ ସମ୍ପାଦନ କରିବେ।
କୁମ୍ଭ: ଜଣେ ଉତ୍ତମ ବକ୍ତାଭାବେ ଶ୍ରୋତାମାନଙ୍କର ମନମୁଗ୍ଧ କରିପାରନ୍ତି। ଶ୍ରେଷ୍ଠାସନରେ ଆସୀନ ହେବେ। କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି। ଗୁରୁଙ୍କ ଧ୍ୟାନରେ ରହି ପରମପଦ ପ୍ରାପ୍ତି କରିପାରନ୍ତି।
ମୀନ: ବିଳାସବ୍ୟସନ ଆଡ଼କୁ ମନ ଢଳାଇପାରନ୍ତି। ହୃଦୟରେ କୁଟିଳ ଭାବ ଜାତ ହୋଇପାରେ। ବେଳେବେଳେ ଧୈର୍ଯ୍ୟହରା ହୋଇ ଭୁଲ କାର୍ଯ୍ୟରେ ନିୟୋଜିତ ହେବେ। ପତ୍ନୀଙ୍କ ପରାମର୍ଶ ଗ୍ରହଣ କରିବେ।

Comments are closed.