www.samajalive.in
Sunday, December 14, 2025
17.1 C
Bhubaneswar

ହଥରସ୍‌ ଦଳାଚକଟା ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ ମନ୍ତବ୍ୟ- କିଛି ସନ୍ଦିଗ୍ଧ ବ୍ୟକ୍ତି ମହିଳାଙ୍କୁ ଠେଲିବାରେ ଲାଗିଥିଲେ, ତା’ପରେ…

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ହଥରସରେ ସତସଙ୍ଗ ଅବସରରେ ସୃଷ୍ଟି ହୋଇଥିବା ଦଳାଚକଟା ଯୋଗୁ ୧୨୧ ଜଣଙ୍କ ପ୍ରାଣହାନୀ ଘଟିଛି। ଘଟଣା ପଛରେ ଷଡ଼ଯନ୍ତ୍ର ରହିଛି କି ନାହିଁ ତାହା ଜାଣିବା ଲାଗି ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ଇତିମଧ୍ୟରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ମନ୍ତବ୍ୟକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ପ୍ରତ୍ୟକ୍ଷଦର୍ଶୀଙ୍କ ମନ୍ତବ୍ୟ ପରେ ଦଳାଚକଟା ଘଟଣା ପଛରେ ଷଡ଼ଯନ୍ତ୍ର ଥିଲା କି ବୋଲି ସାଧାରଣରେ ଉଠିଥିବା ପ୍ରଶ୍ନ ଏବେ ନୂଆ ମୋଡ ନେବାରେ ଲାଗିଛି।

ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ରାଜରାମ ସିଂହ କହିଛନ୍ତି, କିଛି ସନ୍ଦିଗ୍ଧ ବ୍ୟକ୍ତି ସେମାନଙ୍କ ଆଗରେ ଥିବା ମହିଳାମାନଙ୍କୁ ମୁଖ୍ୟରାସ୍ତା ଆଡକୁ ଠେଲିବାରେ ଲାଗିଥିଲେ। ଏହି କାର୍ଯ୍ୟକରେ ୫ରୁ ୬ ଜଣ ସନ୍ଦିଗ୍ଧ ବ୍ୟକ୍ତି ସାମିଲ ଥିଲେ। ମହିଳାମାନେ ତଳେ ପଡ଼ିଯିବା ପରେ ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ତା’ପରେ କେବଳ ଲୋକଙ୍କ ଚିତ୍କାର ଶୁଭିଥିଲା। ସେ ବି ଭୟରେ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ।

- Advertisement -

ରାଜରାମ ଗଣମାଧ୍ୟମକୁ କହିଛନ୍ତି, ସେ ୧୯୯୮ରୁ ଏହି ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ ଆସୁଛନ୍ତି। କିନ୍ତୁ ଏଭଳି ସନ୍ଦିଗ୍ଧ ବେଶଧାରୀ ବ୍ୟକ୍ତିଙ୍କୁ ସେ କେବେ ସତସଙ୍ଗରେ ଦେଖିନାହାନ୍ତି। ସେ ପୁଲିସ ନିକଟ​‌ରେ ନିଜ ମନ୍ତବ୍ୟ​‌ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି। ସେହିପରି ଏତେ ବଡ଼ ଜନସମାଗମ ପାଇଁ ପ୍ରଶାସନ ଅନୁମତି ଦେଇଥିଲେ ହେଁ ସେଠାରେ କୌଣସି ଆମ୍ବୁଲାନ୍ସ ନିୟୋଜିତ କରାଯାଇ ନ ଥିଲା ବୋଲି ସିଂହ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories