www.samajalive.in
Saturday, December 13, 2025
14.1 C
Bhubaneswar

ଏହି ଗଛରେ ବାସ କରନ୍ତି ଦେବୀ-ଦେବତା: ପୂଜା କଲେ ସବୁ ସମସ୍ୟା ଦୂର ହୁଏ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମରେ ଓସ୍ତ ଗଛକୁ ବହୁତ ପବିତ୍ର ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ସମସ୍ତ ଦେବୀ-ଦେବତା ମାନେ ବାସ କରନ୍ତି । ଏହି ଗଛକୁ ପୂଜା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଶନି ଦୋଷଠାରୁ ଆରମ୍ଭ କରି ସବୁ ସମସ୍ୟା ଦୂର ହୋଇଥାଏ । ଧର୍ମ ଅନୁସାରେ ଓସ୍ତ ଗଛକୁ ଅମାବାସ୍ୟା ଦିନ ହେଉ କି ପୂର୍ଣ୍ଣିମା ଦିନ ପୂଜା କରିଲେ ସ୍ୱତନ୍ତ୍ର ଲାଭ ମିଳିଥାଏ । କୁହାଯାଏ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଏହି ଗଛରେ ବାସ କରୁଥିବାରୁ ଏହାକୁ ପୂଜା କରିବା ଦ୍ୱାରା ଅନେକ ଲାଭ ମିଳିବା ସହ ଆଶୀର୍ବାଦ ମିଳିଥାଏ । ବୈଜ୍ଞାନିକ ଆଧାରରେ ମଧ୍ୟ ଏହି ଗଛକୁ ଅନେକ ଗୁଣ ରହିଛି । ଏହି ଗଛରୁ ଦିନକୁ ୨୪ଘଣ୍ଟା ଅମ୍ଳଜାନ ନିର୍ଗତ ହୋଇଥାଏ, ଯାହାକି ମାନବ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନେକ ସାଧୁ ସନ୍ଥମାନେ ଏହି ଗଛ ମୂଳରେ ତପସ୍ୟା କରିବା ସହ ଜ୍ଞାନ ଆହରଣ କରିଥାନ୍ତି ।
ଶ୍ୱାସକ୍ରିୟା ନେବାରେ ଓସ୍ତ ଗଛ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଏଥିପାଇଁ ଓସ୍ତ ଗଛର ଛାଲକୁ ଚିରି ଭିତର ଅଂଶକୁ ବାହାର କରାଯାଇ ସୁଖାଇ ରଖାଯାଏ । ଏହାକୁ ଗୁଣ୍ଡ କରି ଖାଇବା ଦ୍ୱାରା ନିଶ୍ୱାସ-ପ୍ରଶ୍ୱାସ ନେବାରେ ଦେଖାଯାଉଥିବା ସମସ୍ୟା ଦୂର ହୋଇଥାଏ । ଏହି ଗୁଣ୍ଡକୁ କ୍ଷୀରରେ ମିଶାଇ ପିଇବା ଦ୍ୱାରା ଶ୍ୱାସ ରୋଗ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏହାସହିତ ଓସ୍ତ ଗଛରୁ ଆପଣ ଦାନ୍ତକାଠି ବ୍ୟବହାର କରିପାରିବେ । ଏହା ଦ୍ୱାରା ଦାନ୍ତ ରୋଗରୁ ଉପଷମ ମିଳିଥାଏ । ଯଦି ଆପଣଙ୍କୁ କିଛି ବିଷାକ୍ତ ପୋକ କିମ୍ବା ଜନ୍ତୁ କାମୁଡି ଦେଇଛି ତେବେ ଡାକ୍ତରୀ ଚିକିତ୍ସାରେ ବିଳମ୍ବ ହେଉଥିଲେ ଆପଣ ଓସ୍ତ ଗଛର ପତ୍ରରୁ ରସ ବାହାର କରି କ୍ଷତ ସ୍ଥାନରେ ଲଗାଇବା ଦ୍ୱାରା ଲାଭଦାୟକ ହୋଇଥାଏ ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories