www.samajalive.in
Monday, December 8, 2025
13.1 C
Bhubaneswar

ଓଡିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲରେ ବନ ମହୋତ୍ସବ ପାଳିତ

ବୌଦ୍ଧ: ବୌଦ୍ଧ ବ୍ଲକ ବଘିଆପଡା ଓଡିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲରେ ୭୫ ତମ ବନ ମହୋତ୍ସବ ବିଦ୍ୟାଳୟର ପରିଚାଳକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତୀଥି ଭାବେ ବଘିଆପଡା ବନପାଳ ସୁଶୀଲ ହୋତା, ସମ୍ମାନିତ ଅତିଥି ଭାବେ ବନରକ୍ଷୀ ଉଷାରକ୍ଷନି ଜଗଦେବ, ସନ୍ତୋଷ କୁମାର ମଳିକ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ସୁନୀଲ ନାୟକ ଅତିଥି ପରିଚୟ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅହଲ୍ୟା ଜାଣି, ନିତୁ ପ୍ରଧାନ, ଲିସାରାଣୀ ପ୍ରଧାନ, ଜୁଲିରାଣୀ ପ୍ରଧାନ, ରୁନୁ ପ୍ରଧାନ, ଜିତେନ ମଳିକ ଏବଂ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଯୋଗ ଦେଇ ବିଦ୍ୟାଳୟ ପରିସରରେ ଅଶୋକ, ଜାମୁ, ଅଇଲା, ପିଜୁଳି, ଆଦି ବିଭିନ୍ନ ବୃକ୍ଷ ରୋପଣ କରିଥିଲେ। ବୃକ୍ଷ ରୋପଣ ଉପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories