www.samajalive.in
Monday, December 8, 2025
24.1 C
Bhubaneswar

ଜିଲ୍ଲାପାଳଙ୍କୁ ଭେଟିଲା ପାଣ-ଗଣ୍ଡା ସମାଜ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏକ ଦଶ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଛୁଆଁ ଅଛୁଆଁ ଭେଦଭାବ ତଥା ଜାତିଆଣ ଆକ୍ଷେପରେ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ସକାଶେ ଦୃଢ଼ ଦାବୀ କରିଛନ୍ତି। ଏ ନେଇ ଅଗ୍ରଣୀ ସାମାଜିକ ସଂଗଠନ ପକ୍ଷରୁ ସାମ୍ବିଧାନିକ ଅଧିକାର ପାଇଁ ଜିଲ୍ଲାପାଳ ଜେ ସୋନାଲଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ପ୍ରକାଶ ଥାଉକି, ଗତ ସରସ୍ଵତୀ ପୂଜା ସମୟରେ କଣ୍ଟାମାଳ ବ୍ଲକ୍ ଯୋଗିନ୍ଦ୍ରପୁର ବିଦ୍ୟାଳୟରେ ଗଣ୍ଡା ଜାତିର ଦଶମ ଶ୍ରେଣୀର ଛାତ୍ର ଶକ୍ତି ସଞ୍ଜତ ହରିପାଲ ଡାଲି ଓ ଖିରି ବାଲଟି ଛୁଇଁ ଦେବା ଘଟଣାକୁ ନେଇ ସଂସ୍କୃତ ଶିକ୍ଷୟତ୍ରୀ ଅନୁଶୟା ଦେବୀ ଉକ୍ତ ଛାତ୍ରଙ୍କୁ କଟୁ ଭାଷାରେ ଗାଳି ଗୁଲଜ କରିବା ସହିତ ଜାତିଆଣ ଆକ୍ଷେପ କରିଥିଲେ। ସେଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ ଏବଂ ବିଜ୍ଞାନ ଶିକ୍ଷକ ମନୋଜ୍ କୁମାର ସାହୁ ମଧ୍ୟ ସଂପୃକ୍ତ ଥିଲେ। ତାହାକୁ ନେଇ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଗତ ଫେବୃଆରୀ ମାସ ୧୭ ତାରିଖରେ ମନମୁଣ୍ଡା ଥାନାରେ ଏତଲା ଦେବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁରଙ୍କ ପାଖରେ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତି କରି , ଜିଲ୍ଲା ଶିକ୍ଷା ଅଧିକାରୀ ଜାତିଆଣ ଆକ୍ଷେପରେ ସଂପୃକ୍ତ ଥିବା ତିନି ଜଣ ଶିକ୍ଷକଙ୍କ ମଧ୍ୟରୁ କେବଳ ସଂସ୍କୃତ ଶିକ୍ଷୟତ୍ରୀ ଅନୁଶୟା ଦେବୀଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ। ଅନ୍ୟ ଦୁଇ ଜଣ ଶିକ୍ଷକଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ସଂଗଠନ ପକ୍ଷରୁ ଗତ ମାର୍ଚ୍ଚ ମାସ ୨୧ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ଓ ଗଣଧାରଣା ଦେବା ସହିତ ଦୀର୍ଘ ସମୟ ଘେରାଉ କରିବା ପରେ ଘଟଣା ସ୍ଥଳକୁ ଶ୍ରୀ କୁଜୁର୍ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଜୁନ୍ ମାସ ସୁଦ୍ଧା ପ୍ରଧାନ ଶିକ୍ଷକ ଏବଂ ବିଜ୍ଞାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଲିଖିତ ପ୍ରତିଶୃତି ପ୍ରଦାନ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଉକ୍ତ ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିବା ପରିବର୍ତ୍ତେ ଗତ ଜୁନ୍ ମାସ ୨୮ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଅନ୍ୟତ୍ର ବଦଳି କରିଥିବା ପ୍ରତିବାଦରେ ଏବଂ କାର୍ୟ୍ୟାନୁଷ୍ଠାନ ଗ୍ରହଣ ସକାଶେ ଆଜି ସଂଗଠନ ପକ୍ଷରୁ ଜିଲ୍ଲାପାଳ ଜେ ସୋନାଲଙ୍କୁ ଭେଟି ଆଲୋଚନା କରିବା ସହିତ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଦୀର୍ଘ ସମୟ ଆଲୋଚନା ପରେ ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ନେତୃତ୍ୱରେ ଏକ କମିଟି ଗଠନ କରି ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଯଥା ଶୀଘ୍ର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିନିଧି ମଣ୍ଡଳୀକୁ ପ୍ରତିଶୃତି ପ୍ରଦାନ କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories