ତିଗିରିଆ: ତିଗିରିଆ ଥାନା ଭୋଗଡ଼ା ପଞ୍ଚାୟତ ବେଲଅଣ୍ଟା ଗାଁ ଗୋଷ୍ଠୀ ସଂଘର୍ଷ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବଗ୍ରାହୀ ପଣ୍ଡାକୁ ପୁଲିସ ଗିରଫ କରିଛି। ଘଟଣା ପରଠାରୁ ଅଭିଯୁକ୍ତ ଫେରାର ଥିଲା। ବିଶେଷ ସୂତ୍ରରୁ ଖବର ପାଇ ଶନିବାର ଅପରାହ୍ନରେ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର କୁମାର ମଲ୍ଲିକ ସଦଳବଳ ଚଢ଼ଉ କରି ତିଗିରିଆ ଅଞ୍ଚଳରୁ ଗିରଫ କରିଥିଲେ। ଅଭିଯୁକ୍ତକୁ ଅଦାଲତ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁମନ୍ତ କିଷାନ ସୂଚନା ଦେଇଛନ୍ତି। ଏହି ଘଟଣାରେ ସରପଞ୍ଚଙ୍କ ଗୋଷ୍ଠୀ ପକ୍ଷରୁ ୨୧ ଜଣଙ୍କ ନାଁରେ ଓ ବିପକ୍ଷ ଗୋଷ୍ଠୀ ପକ୍ଷରୁ ୧୫ ଜଣଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଛି।
Popular Categories



