ଡେସ୍କ: ନୀତି ଆୟୋଗ ସମଗ୍ର ଦେଶର ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକଗୁଡିକରେ ଛଅଟି ପ୍ରମୁଖ ସୂଚକାଙ୍କ ହାସଲ କରିବା ପାଇଁ ନିରନ୍ତର ପ୍ରୟାସ ଆରମ୍ଭ କରିବା ପାଇଁ ଆଜିଠାରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ତିନି ମାସର ଅଭିଯାନ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ କରିଛି। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ୧୧୨ଟି ଆକାଂକ୍ଷୀ ଜିଲ୍ଲା ଏବଂ ୫୦୦ଟି ଆକାଂକ୍ଷୀ ବ୍ଲକରେ ଚିହ୍ନଟ ହୋଇଥିବା ଛଅଟି ସୂଚକାଙ୍କ ମଧ୍ୟରୁ ପ୍ରତ୍ୟେକରେ ସମନ୍ୱୟ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସମ୍ପୂର୍ଣ୍ଣତା ଅଭିଯାନ ସମସ୍ତ ଆକାଂକ୍ଷୀ ବ୍ଲକରେ ଚିହ୍ନଟ ହୋଇଥିବା ଛଅଟି ପ୍ରମୁଖ ପ୍ରଦର୍ଶନ ସୂଚକ ଉପରେ ଧ୍ୟାନ ଦେବ। ସେଗୁଡ଼ିକ ହେଲା
୧. ପ୍ରଥମ ତ୍ରୈମାସିକରେ ପ୍ରସବ କାଳୀନ ଯତ୍ନ ପାଇଁ ପଞ୍ଜୀକୃତ ହୋଇଥିବା ଗର୍ଭବତୀ ମହିଳାଙ୍କ ପ୍ରତିଶତ
୨. ବ୍ଲକରେ ଲକ୍ଷ୍ୟ ଧାର୍ଯ୍ୟ ଜନସଂଖ୍ୟା ତୁଳନାରେ ମଧୁମେହ ପାଇଁ ସ୍କ୍ରିନିଂ କରାଯାଇଥିବା ବ୍ୟକ୍ତିଙ୍କ ପ୍ରତିଶତ
୩. ବ୍ଲକରେ ଧାର୍ଯ୍ୟ ଜନସଂଖ୍ୟା ତୁଳନାରେ ଉଚ୍ଚ ରକ୍ତଚାପ ପାଇଁ ସ୍କ୍ରିନିଂ କରାଯାଇଥିବା ବ୍ୟକ୍ତିଙ୍କ ପ୍ରତିଶତ
୪. ଆଇସିଡିଏସ୍ କାର୍ଯ୍ୟକ୍ରମ ଅଧୀନରେ ନିୟମିତ ଭାବେ ସପ୍ଲିମେଣ୍ଟାରୀ ପୋଷଣ ନେଉଥିବା ଗର୍ଭବତୀ ମହିଳାଙ୍କ ପ୍ରତିଶତ
୫. ମୃତ୍ତିକା ନମୁନା ସଂଗ୍ରହ ଲକ୍ଷ୍ୟ ବିରୁଦ୍ଧରେ ସୃଷ୍ଟି ହୋଇଥିବା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ପ୍ରତିଶତ
୬. ରିଭଲଭିଂ ପାଣ୍ଠି ପାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିଶତ
ସେହିପରି ସମ୍ପୂର୍ଣ୍ଣତା ଅଭିଯାନ ଅଧୀନରେ ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଚିହ୍ନଟ ହୋଇଥିବା ୬ଟି ସୁଚକାଙ୍କ ହେଉଛି –
୧. ପ୍ରଥମ ତ୍ରୈମାସିକ ମଧ୍ୟରେ ପ୍ରସବକାଳୀନ ଯତ୍ନ ପାଇଁ ପଞ୍ଜୀକୃତ ହୋଇଥିବା ଗର୍ଭବତୀ ମହିଳାଙ୍କ ପ୍ରତିଶତ
୨. ଆଇସିଡିଏସ କାର୍ଯ୍ୟକ୍ରମ ଅଧୀନରେ ସପ୍ଲିମେଣ୍ଟାରୀ ପୋଷଣ ନେଉଥିବା ଗର୍ଭବତୀ ମହିଳାଙ୍କ ପ୍ରତିଶତ
୩. ସମ୍ପୂର୍ଣ୍ଣ ଟୀକାକରଣ ହୋଇଥିବା ପିଲାଙ୍କ ପ୍ରତିଶତ
୪. ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସଂଖ୍ୟା
୫. ମାଧ୍ୟମିକ ସ୍ତରରେ କାର୍ଯ୍ୟକ୍ଷମ ବିଜୁଳି ଥିବା ବିଦ୍ୟାଳୟର ପ୍ରତିଶତ
୬. ଏକ ମାସ ମଧ୍ୟରେ ପିଲାମାନଙ୍କୁ ପାଠ୍ୟପୁସ୍ତକ ପ୍ରଦାନ କରୁଥିବା ବିଦ୍ୟାଳୟର ପ୍ରତିଶତ
ହାତ୍ରାସ୍ ଦଳାଚକଟା ମାମଲା: ୬ ଗିରଫ, ଫେରାର ସେବାୟତ ନାଁରେ ୧ ଲକ୍ଷ ଟଙ୍କା ପୁରସ୍କାର
୬ଟି ସୂଚକାଙ୍କକୁ ସଂପୂର୍ଣ୍ଣ କରିବା ପାଇଁ ଜିଲ୍ଲା କିମ୍ବା ବ୍ଲକଗୁଡ଼ିକ ତିନି ମାସିଆ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବେ, ଜିଲ୍ଲା କିମ୍ବା ବ୍ଲକଗୁଡ଼ିକ ପ୍ରତି ମାସରେ ଅଗ୍ରଗତି ଉପରେ ନଜର ରଖିବେ, ସଚେତନତା ଏବଂ ଆଚରଣ ପରିବର୍ତ୍ତନ ଅଭିଯାନ କାର୍ଯ୍ୟକାରୀ କରିବେ ଏବଂ ଜିଲ୍ଲା ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଅଗ୍ରଗତି ତଦାରଖ କରିବେ।
କୌଣସି ପ୍ରକାର ଆତଙ୍କବାଦ ଓ ଏହାର ରୂପରେଖ ଅକ୍ଷମଣୀୟ – ପ୍ରଧାନମନ୍ତ୍ରୀ ମୋଦୀ



