www.samajalive.in
Thursday, December 11, 2025
16.1 C
Bhubaneswar

ରାସ୍ତାରେ ବୁଲିବେନି ଗାଈଗୋରୁ, ଗୋଶାଳା ପାଇଁ ମିଳିବ ସହାୟତା

ଡେସ୍କ: ରାଜଧାନୀ ଭୁବନେଶ୍ୱରରେ ଚଳିତ ମାସରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବା ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ରାସ୍ତାରୁ ବୁଲା ଗାଈଗୋରୁ ହଟାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟବସ୍ଥା କରାଯାଉଛି। ରାଜ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗୁରୁବାର ଏ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି। ଶ୍ରୀ ମଲ୍ଲିକ କହିଛନ୍ତି, ରାଜ୍ୟ ସରକାର ଅସହାୟ ଓ ବୁଲା ଗାଈଗୋରୁଙ୍କ ଥଇଥାନ ପାଇଁ ଗୋଶାଳାର ବ୍ୟବସ୍ଥା କରୁଛନ୍ତି। ଗୋଶାଳା ସ୍ଥାପନ ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।

ସୂଚନା ଅନୁଯାୟୀ, ଗୋଶାଳା ସ୍ଥାପନ କରିବାକୁ ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ଭିତ୍ତିଭୂମି ବିକାଶ ନିମନ୍ତେ ୫୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ। ସେହିପରି ବୁଲା ଗାଈଗୋରୁଙ୍କ ଭରଣ ପୋଷଣ ନିମନ୍ତେ ବର୍ଷକୁ ୨୦ ହଜାର ଟଙ୍କା ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories