www.samajalive.in
Sunday, December 7, 2025
13.1 C
Bhubaneswar

ପ୍ରଭୁ ଜଗନ୍ନାଥଙ୍କ ରୂପରେ ଦର୍ଶନ ଦେଲେ ବାବା ମହାକାଳ: ଜୟ ଶ୍ରୀମହାକାଳ.. ଜୟ ଶ୍ରୀଜଗନ୍ନାଥ ଧ୍ବନିରେ କମ୍ପିଲା ପରିବେଶ

ଉଜ୍ଜୈନ: ପୁରୀ ସମେତ ସାରା ଦେଶରେ ଆଜି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ତେବେ ପୁରୀରେ ସନ୍ଧ୍ୟା ୫ଟାରୁ ରଥଟଣା ହେବାକୁ ଥିବାବେଳେ ଏହାପୂର୍ବରୁ ଆଷାଢ ଶୁକ୍ଳ ଦ୍ଵିତୀୟା ମହାସଂଯୋଗରେ ମଧ୍ୟପ୍ରଦେଶର ବିଶ୍ୱ ପ୍ରସିଦ୍ଧ ଶ୍ରୀମହାକାଳେଶ୍ୱର ମନ୍ଦିରରେ ରବିବାର ଭୋର ସମୟରେ ଭସ୍ମ ଆରତୀ ସମୟରେ ମନ୍ଦିର ଖୋଲିବା ମାତ୍ରେ ପୂଜକମାନେ ଗର୍ଭଗୃହରେ ବିରାଜିତ ସମସ୍ତ ଭଗବାନଙ୍କ ପ୍ରତୀମାକୁ ପୂଜା କରିଥିଲେ। କ୍ଷୀର, ଦହି, ଘିଅ, ଗୁଡ଼ ଆଦି ପଞ୍ଚାମୃତ ଓ ଫଳ ରସରେ ପ୍ରଭୁ ମହାକାଳଙ୍କ ଜଳାଭିଷେକ କରାଯାଇଥିଲା। ପ୍ରଥମେ ଘଣ୍ଟ ଘଣ୍ଟା ବଜାଇ ହରି ଓମ୍ ଜଳ ଅର୍ପଣ କରାଯାଇଥିଲା। କର୍ପୁର ଆଳତୀଙ୍କ ପରେ ବାବା ମହାକାଳଙ୍କୁ ନୂତନ ମୁକୁଟ ଧାରଣ କରାଯାଇଥିଲା।

- Advertisement -

ଆଜି ଶୃଙ୍ଗାରର ବିଶେଷ କଥା ହେଉଛି, ଭସ୍ମ ଆଳତୀରେ ବାବା ମହାକାଳଙ୍କୁ ଶ୍ରୀଜଗନ୍ନାଥଙ୍କ ରୂପରେ ସଜାଯାଇଥିଲା। ଏହାପରେ ମହାନିର୍ବାଣୀ ଆଖଡ଼ା ତରଫରୁ ଭଗବାନ ମହାକାଳଙ୍କୁ ଭସ୍ମ ଅର୍ପଣ କରାଯାଇଥିଲା। ହଜାର ହଜାର ଭକ୍ତ ବାବା ମହାକାଳଙ୍କ ଜଗନ୍ନାଥ ରୂପର ଦିବ୍ୟ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଏହି ସମୟରେ ସମଗ୍ର ମନ୍ଦିର ପରିସର ଜୟ ଶ୍ରୀମହାକାଳ ଏବଂ ଜୟ ଶ୍ରୀଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories